Saturday , April 1 2023
Breaking News
Home / ବିଶେଷ / ରାଜ୍ୟରେ ବସ ଭଡ଼ା ବୃଦ୍ଧି

ରାଜ୍ୟରେ ବସ ଭଡ଼ା ବୃଦ୍ଧି

ଭୁବନେଶ୍ୱର,୦୨/୦୭/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ ବସ ଭଡ଼ା ବୃଦ୍ଧି ପାଇଛି । ଡିଜେଲ ଦର ବୃଦ୍ଧି ଯୋଗୁ ସ୍ୱୟଂକ୍ରିୟ ପଦ୍ଧତିରେ ବସ୍ ଭଡ଼ା ବଢ଼ିଛି । କିଲୋମିଟର ପିଛା ୪ ପଇସାରୁ ୧୨ ପଇସା ପର୍ୟ୍ୟନ୍ତ ବସ୍ ଭଡ଼ା ବଢ଼ିଛି । ଅର୍ଡିନାରୀ ବସ୍ ଭଡ଼ା କିଲୋମିଟର ପ୍ରତି ୮୫ ପଇସା ଥିବାବେଳେ ଏବେ ଏହା ୪ ପଇସା ବଢ଼ି ୮୯ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପ୍ରତି ୮୯ ପଇସା ଥିଲା । ୪ ପଇସା ବଢ଼ି ୯୩ ପଇସା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୮ ପଇସା ବଢ଼ିଛି । ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ ଟଙ୍କା ୨୧ ପଇସା ରୁ ଏବେ ହେଲା ୧ ଟଙ୍କା ୨୯ ପଇସା । ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପ୍ରତି ୧ ଟଙ୍କା ୪୯ ପଇସା ଥିବାବେଳେ ୧ ଟଙ୍କା ୫୭ ପଇସା ହୋଇଛି । ସୁପର ପ୍ରିମିୟମ ବସ୍ ଭଡ଼ା କିଲୋମିଟର ପ୍ରତି ୧୨ ପଇସା ବଢ଼ିଛି । ସୁପର ପ୍ରିମିୟମ ବସ୍ ଭଡ଼ା କିଲୋମିଟର ପ୍ରତି ୨ ଟଙ୍କା ୩୨ ପଇସା ଥିବାବେଳେ ଏବେ ୨ ଟଙ୍କା ୪୪ ପଇସାରେ ପହଞ୍ଚିଛି । ଏହି ବର୍ଦ୍ଧିତ ବସ୍ ଭଡ଼ା ଆଜି ଠାରୁ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଏହା ପୂର୍ବରୁ ଗତ ମାର୍ଚ୍ଚ ୪ ତାରିଖରେ ବସ୍ ଭଡ଼ା ବଢ଼ିଥିଲା । ତୈଳ ଦର ବୃଦ୍ଧି ଯୋଗୁ ବସ୍ ଭଡ଼ା ବଢ଼ିଥିବା ସେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.