ଜୁନାଗଡ଼,୦୨/୦୭/୨୦୨୧(ଓଡ଼ିଶା ସମାଚାର/ ରାକେଶ ବେମାଲ)- ଶିଶୁଟିଏ ପାଇଁ “ମା” କେତେ ବ୍ରତ, ଓଷା ପାଳନ କରିଥାଏ ତାହାର କଳନା ନାହିଁ। କିନ୍ତୁ ସେହି ଶିଶୁ ଯେତେବେଳେ ମା ଗର୍ଭରେ ସଂଚାରିତ ହୁଏ ସେତେବେଳେ ହସଖୁସିରେ ପରିବାରରେ ଖେଳି ଯାଏ ।କିନ୍ତୁ ପରିତାପର ବିଷୟ ଏହି ବୈଜ୍ଞାନିକ ଯୁଗରେ ଯେତେବେଳେ ଅନେକ ଯନ୍ତ୍ର ପାତି ବ୍ୟବହାର ହେଲା ସେବେଠୁ ଲୋକେ ସେହି ଯନ୍ତ୍ର ସାହାଯ୍ୟରେ ମାର ଗର୍ଭ ପରୀକ୍ଷା କରି ଝିଅ ଥିବାର ଜାଣି ଭ୍ରୁଣ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପର୍ଲା ଓ ଆମ୍ବଗୁଡା ମଧ୍ୟରେ ଥିବା ମୁଡ୍ରାନଦୀ ବ୍ରିଜ ତଳରେ । କେହି ଅମାନବୀୟ , ହୃଦୟ ହୀନ ବ୍ୟକ୍ତିଟି ଏକ କଅଁଳ ଶିଶୁଟିକୁ ଫିଙ୍ଗି ଦେଇଥିବାର ଦେଖିବାକୁ ମିଳିଛି । କୌଣସି ସୂତ୍ରରୁ ଖବର ପାଇ ଧର୍ମଗଡ ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, ଟୁନା ସେଠି, ତହସିଲଦାର ହରେକୃଷ୍ଣ ବରିହା ,ଓ ସାଇଣ୍ଟିଫିକସ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତ କଅଁଳ ଶିଶୁଟିକୁ ଉଦ୍ଧାର କରି ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରଖିଛନ୍ତି । ଏଭଳି ଭ୍ରୁଣ ହତ୍ୟା କରୁଥିବା ଅପରାଧୀଙ୍କୁ କଠୋର ରୁ କଠୋରତମ ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି । ଓଡ଼ିଶା ସମାଚାର