Tuesday , March 28 2023
Breaking News
Home / ବିଶେଷ / ସମୁଦ୍ରକୂଳରୁ ଡଲଫିନ ର ମୃତ ଦେହ ଉଦ୍ଧାର

ସମୁଦ୍ରକୂଳରୁ ଡଲଫିନ ର ମୃତ ଦେହ ଉଦ୍ଧାର

ପାରାଦୀପ ୦୧/୦୭/୨୦୨୧(ଓଡ଼ିଶା ସମାଚାର)- ପାରଦୀପ ହନୁମାନ ମନ୍ଦିର ନିକଟସ୍ଥ ସମୁଦ୍ର କୂଳ ରୁ ଏକ ଡଲଫିନ୍ ର ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏହି ବିରଳ ପ୍ରଜାତି ର ଡଲଫିନ୍ ପଡିଥିବା ଦେଖିବାକୁ ମିଳିଥିଲା । ଏହି ପ୍ରଜାତି ର ଡଲଫିନ୍ ଲମ୍ବ ପ୍ରୟ ସାଢେ ଚାରି ଫୁଟ୍   ଏବଂ ଉଜନ ପ୍ରୟ ୨୦ ରୁ ୩୦ କିଲେ ହେବ । ଏହା ଭାରତୀୟ ସମୁଦ୍ର ରେ ଦେଖା ଯାଇନଥାନ୍ତି । ବ୍ରାଜିଲ୍ ଓ ଫ୍ରାନ୍ସ ର ସମୁଦ୍ର ରେ ଏହା ଦେଖାଯାଇଥାନ୍ତି । ଏହା ବିରଳ ପ୍ରଜାତି ର ଲଙ୍ଗ ସ୍ନାଉଟେସ୍ ଷ୍ଟେନେଲା ଅଟେ । ଖବର ପାଇ କୁଜଙ୍ଗ ବନ ବିଭାଗ ର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଏହି ଷ୍ଟେନେଲା ପ୍ରଜାତି ର ମୃତ ଦେହ କୁ ବ୍ୟବଛେଦ ନିମନ୍ତେ ନେଇଛନ୍ତି । ବ୍ୟବଛେଦ ପରେ ଡଲଫିନ୍ ର ମୃତ୍ୟୁ ର କାରଣ ଜଣାପଡିବ ବୋଲି ବନବିଭାଗ ର କର୍ମଚାରୀ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.