Monday , September 25 2023
Breaking News
Home / ଶିକ୍ଷା / ବନ୍ତଳା ହାଇସ୍କୁଲରେ ଅବସରକାଳିନ ସମ୍ବର୍ଦ୍ଧନା 

ବନ୍ତଳା ହାଇସ୍କୁଲରେ ଅବସରକାଳିନ ସମ୍ବର୍ଦ୍ଧନା 

ଗରଦପୁର, ୦୧/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବନ୍ତଳା ପଂଚାୟତ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ମଧୁସୂଦନ ଜେନା ଓ ହିନ୍ଦି ଶିକ୍ଷକ ବିଭୂତି ଭୁଷଣ ସ୍ୱାଇଁ ଙ୍କୁ ଅବସରକାଳିନ ବିଦାୟ  ସମ୍ବର୍ଦ୍ଧନା କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ  ଜିଲା ପରିଷଦ ସଭ୍ୟ ସନ୍ତୋଷ ଜେନା , ମୁଖ୍ୟ ବକ୍ତା ଭାବେ ଲୋକନାଥ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ , ସମ୍ମାନୀୟ ଅତିଥି ଶିକ୍ଷକ ନବୀନ ଚନ୍ଦ୍ର ନାୟକ , ଅଶୋକ ପରିଡ଼ା, ଶୁଶାନ୍ତ ଗ୍ରାହାଚାର୍ଯ୍ୟ , ସାରଦା ପ୍ରସନ୍ନ ଶତପଥି , ମନୋଜ ମହାନ୍ତି, ନାରାୟଣ ପ୍ରସାଦ ମିଶ୍ର, ରାମ ନାରାୟଣ ସ୍ୱାଇଁ, ବ୍ରଜବନ୍ଧୁ ପରିଜା, ନୀରଂଜନ ପଣ୍ଡା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *