ପାରାଦୀପ ୦୧/୦୭/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଆଦର୍ଶ ଥାନା ରେ ଯୋଗ ଦେଇଛନ୍ତି ରଜନୀକାନ୍ତ ମିଶ୍ର । ମଙ୍ଗଳବାର ଦିନ ପାରାଦୀପ ର ଓଡିଶା ଗୋ-ସୋ କୋରିଓ କରାଟେ ଆସୋସେସନ୍ ଓ ଓଡିଶା କଲାରୀପାୟତୁ ଆସୋସେସନ୍ ପକ୍ଷରୁ ନୂଆ ଥାନା ଅଧିକାରୀଙ୍କୁ ସମ୍ବଦ୍ଧିତ କରାଯାଇଛି । ଆସୋସେସନ୍ ର ମୁଖ୍ୟ ପ୍ରଶିକ୍ଷକ ତଥା ରାଜ୍ୟ ସାଧାରଣ ସଂପାଦକ ସଂଜୟ ଶାହା, ଉପମୁଖ୍ୟ ପ୍ରଶିକ୍ଷକ ପ୍ରଶାନ୍ତ ବିଶ୍ୱାସ, ତପନ ମଣ୍ଡଳ, କିଶାନ୍ ଜୟଶ୍ୱାଲ, ରଶ୍ମି ରଂଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଆସୋସେସନ୍ ର ଆଇନ୍ ପରାମର୍ଶଦାତା ଆଡଭୋକେଟ୍ ସଂଜୟ କୁମାର ମିଶ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ସେହିପରି ଆଜାଦ୍ ଭାରତ ମେମୋରିଆଲ୍ ଟ୍ରଷ୍ଟ ସଭାପତି ଅବଦୁଲ ଆବିଦ୍ ଖାନଙ୍କ ନେତୃତ୍ୱରେ କୋଭିଡ୍ କଟକଣାକୁ ଅବଲମ୍ବନ କରି ସଦସ୍ୟ ମାନଙ୍କ ଦ୍ୱାରା ନୂତନ ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ ସ୍ୱାଗତ କରିବା ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ । ଓଡ଼ିଶା ସମାଚାର