Wednesday , October 4 2023
Breaking News
Home / କୃଷି / ଜଗତସିଂହପୁର ଜିଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜଇପୁର ଠାରେ କଟକ – ପାରାଦୀପ ରାସ୍ତା ଅବରୋଧ 

ଜଗତସିଂହପୁର ଜିଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜଇପୁର ଠାରେ କଟକ – ପାରାଦୀପ ରାସ୍ତା ଅବରୋଧ 

ତାରପୁର, ୦୧/୦୭/୨୦୨୧(ଓଡ଼ିଶା ସମାଚାର)- ବିଜେପି ଜିଲା କୃଷକ ମୋର୍ଚ୍ଚା ପକ୍ଷରୁ  ଆଜି ରଘୁନାଥପୁର ବ୍ଲକ୍ ଜଇପୁର ଠାରେ କଟକ -ପାରାଦୀପ ରାଜ ରାସ୍ତାକୁ ଅବରୋଧ କରାଯାଇଥିଲା । କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟରେ ପଂଜିକୃତ ହୋଇଥିବା ସମସ୍ତ ଚାଷୀ, ଓ ଅକାମୀ ହୋଇଥିବା ଟୋକନ ରେ ଧାନ ଉଠାଇବା ଦାବିରେ ଏହି ରାସ୍ତା ଅବରୋଧ କରାଯାଇଥିଲା । ଉପସ୍ଥିତ ଥିବା ନେତୃମଣ୍ଡଳୀ  ରାଜ୍ୟ ସରକାରଙ୍କ କୃଷି ନୀତିକୁ ବିରୋଧ କରି ଧାନ ମଣ୍ଡିମାନଙ୍କରେ ହେଉଥିବା ପ୍ରିୟା ପ୍ରତି ତୋଷଣ, କୃଷକ ମାନଙ୍କୁ ମଣ୍ଡି ପକ୍ଷରୁ ଅଖା ଯୋଗାଇ ଦିଆନଯିବା, ପ୍ରତି କୁଇଂଟାଲ ରେ ୫ ରୁ ୭ ପ୍ରତିଶତ କଟନି ଛଟନି ଏପରିକି ଟୋକନ ପାଇ ମଧ୍ୟ ଚାଷୀ ମଣ୍ଡିରେ ଧାନ ଦେଇ ନପାରିବାକୁ ନେଇ ରାଜ୍ୟ ସରକାରଙ୍କୁ ଉପସ୍ଥିତ ନେତୃମଣ୍ଡଳୀ ସମାଲୋଚନା କରିଥିଲେ ।  ରବି ଋତୁରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷୀମାନେ ମଣ୍ଡିରେ ଧାନ ବିକ୍ରୀ କରିନପାରି ଅଭାବି ବିକ୍ରୀର ସମ୍ମୁଖୀନ ହେଉଥିଲେ । ତେବେ ଆସନ୍ତା ଖରିଫ ଋତୁରେ ସମସ୍ତ ଚାଷୀଙ୍କ ଧାନ ଉଚିତ ମୂଲ୍ୟରେ ସରକାର କ୍ରୟ କରିବାକୁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଥିଲା । ଦିନ ୧୧ ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତା ରୋକୋ ମଧ୍ୟାହ୍ନ ସାଢ଼ ୧୨ ଟା ରେ ଶେଷ ହୋଇଥିଲା । ତିର୍ତୋଲ ଓ ରଘୁନାଥପୁର ଥାନା ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖାଯାଇଥିଲା । ଏହି ରାସ୍ତା ରୋକୋ ରେ ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଆଶାକ ମହାନ୍ତି, ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର, ପୂର୍ବତନ ସାଂସଦ ତଥା ବିଜେପି ନେତା ବିଭୂପ୍ରସାଦ ତରାଇ , ସୌଭାଗ୍ୟ ମହାନ୍ତି, ଡ଼ ପ୍ରକାଶ ଦଳେଇ, ସମ୍ପଦ ସ୍ୱାଇଁ, ତପନ ସାହୁ, ମୋହିତ ମହାନ୍ତି, ଶିଶିର ମହାନ୍ତି, ବନୋଜ ନାୟକ, ଅଶୋକ ନାୟକ, ଜିଲା ବିଜେପି ଯୁବ ଉପସଭାପତି ଜଗନ୍ନାଥ ବାରିକ, ମିର୍ଜା ଜାଫର ବେଗ , ଦିଲିପ ମହାନ୍ତି, ବିଜୟ ଦାସ, ସୁଦର୍ଶନ ପଣ୍ଡା,ସୁଜନ ଖଟୋଇ, ତୋଫାନ ବିଶ୍ୱାଳ,ଦାମୋଦର ମଲିକ, ରୁଦ୍ର ନାରାୟଣ ଦାସ, ଜଗନ୍ନାଥ ସ୍ୱାଇଁ, ଲଳିତ କିଶୋର ପଣ୍ଡା ପ୍ରମୁଖ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *