Friday , September 29 2023
Breaking News
Home / ବିଶେଷ / ୧୪ ଦିନିଆ ଆଂଶିକ ତାଲାବନ୍ଦ

୧୪ ଦିନିଆ ଆଂଶିକ ତାଲାବନ୍ଦ

ଭୁବନେଶ୍ୱର,୩୦/୦୬/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା କାଲି ଜୁଲାଇ ପହିଲାରୁ ଜୁଲାଇ ଜୁଲାଇ ୧୬ ସକାଳ ୫ଟା ଯାଏଁ ଆଂଶିକ ତାଲାବନ୍ଦ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସବିଶେଷ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ର ସ୍ଥିତିକୁ ନେଇ କାଟେଗୋରୀ ଏ ଓ କାଟେଗୋରୀ ବି ଏହିପରି ଦୁଇଟି କାଟେଗୋରୀ କରାଯାଇଛି । କାଟେଗୋରୀ ‘ଏ’ରେ ରହିଛି ୨୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝର । ୫%ରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲ୍ଲାକୁ କାଟେଗୋରୀ ‘ବି’ରେ ରଖାଯାଇଛି । ଏହି ୧୦ ଜିଲ୍ଲାରେ କଟକଣା ବଳବତ୍ତର ରହିଛି । ଏହି ୧୦ ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ । ଏହି କାଟେଗୋରୀରେ ଥିବା ଜିଲ୍ଲାଗୁଡିକରେ ସକାଳ ୬ଟାରୁ ଦିନ ୨ଟା ପର୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଦୈନିକ ଓ ସାପ୍ତାହିକ ହାଟ ଖୋଲିବ ନାହିଁ । ସାପ୍ତାହିକ ସଟ ଡ଼ାଉନ୍ ଜାରି ରହିବ ।
ସାରା ରାଜ୍ୟ ପାଇଁ ଯେଉଁ କଟକଣା ବଳବତ୍ତର ରହିଛି ତାହା ହେଲା ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ରହିବ । କୌଣସିଠାରେ ସପିଂ ମଲ୍, ବିୟୁଟି ପାର୍ଲର, ସ୍ପା ଖୋଲିବ ନାହିଁ । ବିବାହ, ବ୍ରତଘର, ଶେଷକୃତ୍ୟ ଏବଂ ଅନ୍ୟାନ୍ୟ ସାମାଜିକ କାର୍ୟ୍ୟକ୍ରମ ପାଇଁ ପୂର୍ବରୁ ଜାରି ରହିଥିବା ନିର୍ଦ୍ଦେଶାବଳୀ ବଳବତ୍ତର ରହିବ । ତେବେ ସାରା ରାଜ୍ୟରେ ଚା’ ଏବଂ ଉଠାଦୋକାନ ଆଦିକୁ ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଦୋକାନ ଆଗରେ କେହି ଚା’ ପିଇପାରିବେ ନାହିଁ କିମ୍ବା ଖାଦ୍ୟ ଖାଇପାରିବେନାହିଁ । ପାର୍ସଲ ନେଇପାରିବେ । ଏହା ବ୍ୟତୀତ ଅତ୍ୟାବଶକୀୟ ଜରୁରୀ ସେବା ପାଇଁ ପୂର୍ବନିର୍ଦ୍ଦେଶାବଳୀ କାଏମ ରହିବ ।
କାଟେଗୋରୀ ଏ ରେ ଥିବା ୨୦ ଜିଲାରେ ଦୋକାନ ବଜାର ଖେଲାଯିବ। ଏହି ଜିଲାରେ ସକାଳ ୬ଟା ରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ବଜାର ଖୋଲା ରହିବ। ସଫିଙ୍ଗ ମଲ୍ ,ପାର୍ଲର, ଆଦି ଛଡା ଅନ୍ୟ ସମସ୍ତ ଦୋକାନ ଖୋଲାଯିବ। ୨୦ ଜିଲାରେ ଧାର୍ୟ୍ୟ ସିଟରେ ବସ ଓ ଟ୍ୟାକ୍ସି ଚଳାଚଳ କରିବ। ଏଠାରେ ଇନଡ଼ୋର ଓ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିବ। ଏଠାରେ ସପ୍ତାହନ୍ତ ସଟଡାଉନ ହେବ ନାହିଁ। ସପ୍ତାହର ୭ ଦିନ ଯାଏଁ ଏଠାରେ ଦୋକାନ ବଜାର ଖୋଲାରହିବ। ସାପ୍ତାହିକ ହାଟ ମଧ୍ୟ ଖୋଲାଯିବ। ସାରା ରାଜ୍ୟରେ ସଧ୍ୟା ୬ ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ।
ସେହିଭଳି କାଟେଗୋରୀ ବିରେ ସକାଳ ୬ ରୁ ଦିନ ୨ଟା ଯାଏଁ ଦୋକାନ ଖୋଲିବ। ଏହି ୧୦ ଜିଲାରେ ମଲ, ପାର୍ଲର, ସ୍ପା, ଛଡା ସମସ୍ତ ଦୋକାନ ଖୋଲାଯିବ। କୋଭିଡ ଗାଇଡଲାଇନ ପାଳନ ଦାୟିତ୍ୱ ଦୋକାନ ମାଲିକ ନେବେ। ଯେଉଁଠାରେ ଗାଇଡ଼ ଲାଇନ ଉଲ୍ଲଙ୍ଘନ ହେବ ସେଠାରେ ଦୃଢ କାର୍ୟ୍ୟାନୁଷ୍ଟାନ ଗ୍ରହଣ କରାଯିବ। ସାରା ରାଜ୍ୟରେ ଛୋଟ ଛୋଟ ସେଲୁନକୁ ଖୋଲିବାକୁ ଅନୁମତି ମିଳିବ। ୧୦ ଜିଲାରେ ଆଉଟଡୋର ସୁଟିଂ ପାଇଁ ଅନୁମତି ମିଳିଛି। ଉଠା ଦୋକାନୀ ଦୋକାନ ଖୋଲିବେ ମାତ୍ର ପାର୍ସଲ ଦେବେ।ମାତ୍ର ବସ ଚଳାଚଳ ପାଇଁ ଅନୁମତି ନାହିଁ। ଏହାସହ ସମସ୍ତ ପ୍ରକାର କୋଭିଡ ଗାଇଡଲାଇନ ସହ ତୁଣ୍ଡି ପିନ୍ଧିବା, ସାମଜିକ ଦୂରତା ବଜାୟ ରଖିବେ। ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ କଟକଣା ବଳବତ୍ତର ରହିବ। ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *