କଟକ ୩୦/୦୬/୨୦୨୧(ଓଡ଼ିଶା ସମାଚାର)- ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. (ଭାରତୀୟ ପୋଲିସ ସେବା) ଅଧିକାରୀ ଶ୍ରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇ.ଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୋଲିସ ମୁଖ୍ୟାଳୟ, କ୍ରାଇମବ୍ରାଂଚ ଓ ପୂର୍ବାଂଚଳ ରେଂଜ ଆଇ.ଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି। ପ୍ରକାଶଥାଉକି, ଶ୍ରୀ ପାଣିଗ୍ରାହୀ ମାଲକାନାଗିରି, ଅନୁଗୋଳ, ପୁରୀ, କେଉଁଝର, ସମ୍ବଲପୁର ଓ ଯାଜପୁରରେ ଏସ.ପି ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି। ଜଣେ ଦକ୍ଷ ପୋଲିସ ଅଫିସର୍ ଭାବରେ ୨୦୧୬ ମସିହାରେ ସେ ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଛନ୍ତି। ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …