Wednesday , May 31 2023
Home / ତାଜା ଖବର / ୨୬୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୦ ଜଣ ଙ୍କ ମୃତ୍ୟୁ

୨୬୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୦ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୪୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଜଣ ଓ ସ୍ଥାନୀୟ ସଂକ୍ରମିତ ୧୧୨୩ ଜଣ ରହିଛନ୍ତି । ଅନୁଗୁଳ ଜିଲାରୁ ୮୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୩୯୭, ବରଗଡ ୨୧, ଭଦ୍ରକ ୧୨୮, ବଲାଙ୍ଗୀର ୧୧, ବଉଦ ୧୯, କଟକ ୨୬୬, ଢେଙ୍କାନାଳ ୬୭, ଗଜପତି ୧୮, ଗଞ୍ଜାମରୁ ୧୭ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଜଗତସିଂହପୁର ଜିଲାରୁ ୧୩୨, ଯାଜପୁର ୧୬୨, ଝାରସୁଗୁଡା ୮, କଳାହାଣ୍ଡି ୨୦, କନ୍ଧମାଳ ୧୫, କେନ୍ଦ୍ରାପଡା ୫୫, କେନ୍ଦୁଝର ୭୦, ଖୋର୍ଦ୍ଧାରୁ ୩୬୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ସମୟ ମଧ୍ୟରେ କୋରାପୁଟ ଜିଲାରୁ ୬୧, ମାଲକାନଗିରି ୬୪, ମୟୁରଭଞ୍ଜ ୧୫୫, ନବରଙ୍ଗପୁର ୨୦, ନୟାଗଡ ୯୨, ନୂଆପଡା ୮, ପୁରୀ ୧୭୮, ରାୟଗଡା ୪୯, ସମ୍ବଲପୁର ୨୩, ସୋନପୁର ୨୫, ସୁନ୍ଦରଗଡ ୨୮ ଏବଂ ଷ୍ଟେଟପୁଲରୁ ୭୩ ଜଣ ଚିହ୍ନଟ ହୋଇଛନ୍ତି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା କଟକ, ବରଗଡ଼, ନୟାଗଡ଼ ଜିଲ୍ଲାରୁ ୫ଜଣ ଲେଖାଏଁ ରହିଛନ୍ତି । ପୁରୀ ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଅନୁଗୁଳ, ଗଞ୍ଜାମ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୬୪୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୭୦୭୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ୩୯୭୦ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ସଂଖ୍ୟା ୫୩ରେ ସ୍ଥିର ରହିଛି । ଆଉ ୩୩୬୧୯ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧିନ ରହିଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୩୬୮୪୨୨୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.