Friday , December 3 2021
Breaking News
Home / ତାଜା ଖବର / ସ୍ପେଶାଲ ସ୍କ୍ବାଡ୍ ଦ୍ୱାରା ୭ ସାଇବର ଠକ ଗିରଫ

ସ୍ପେଶାଲ ସ୍କ୍ବାଡ୍ ଦ୍ୱାରା ୭ ସାଇବର ଠକ ଗିରଫ

ଭୁବନେଶ୍ୱର,୨୯/୦୬/୨୦୨୧(ଓଡ଼ିଶା ସମାଚାର/ଦେବାଶିଷ ରଥ)- ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ସାଇବର ଠକ ଗ୍ୟାଙ୍ଗ । ସହିଦନଗର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍ ମିଳିତ ଭାବେ ସାଇବର ଠକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି । କଟକ, ବଲେଶ୍ବର ଓ ଭଦ୍ରକ ଅଞ୍ଚଳରୁ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ଗିରଫ ଠକ ଗ୍ୟାଙ୍ଗ ନିକଟରୁ ୧୬ ହଜାର ୧୪୭ ଟି ପ୍ରି ଆକ୍ଟିଭେଟେଡ଼ ସିମ୍ କାର୍ଡ, ୧୧୦ ଟି ମୋବାଇଲ, ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ସାଇବର ଠକେଇର ମାଷ୍ଟରମାଇଣ୍ଡ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଝାଡଖଣ୍ଡ କିମ୍ବା ମହାରାଷ୍ଟ୍ରରେ ଆତ୍ମଗୋପନ କରିଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ସହିଦନଗର ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ସିମ୍ କାର୍ଡ ଲକ୍ ହୋଇଯିବା କହି ଲିଙ୍କ୍ ପଠାଇଥିଲେ । ମହିଳା ଜଣଙ୍କ ଲିଙ୍କରେ ସବସ୍କ୍ରାଇବ କରିବା ମାତ୍ରେ ଆକାଉଣ୍ଟରୁ ଚାଲିଯାଇଥିଲା ୫ ଲକ୍ଷ ଟଙ୍କା । ଏହାପରେ ସାଇବର ସେଲ୍ ରେ ମହିଳା ଜଣଙ୍କ ଅଭିଯୋଗ କରିଥିଲେ । ମହିଳାଙ୍କ ଅଭିଯୋଗ ଅଧାରରେ ସାଇବର ସେଲ୍ ତଦନ୍ତ ଆରମ୍ଭ କରିଥିଲା । ୪ଟି ଟିମ୍ ଗଠନ କରାଯାଇ ୪ଟି ସ୍ଥାନରେ ରେଡ୍ କରାଯାଇଥିଲା । ଚଢାଉ ପରେ ୭ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ଥିବା ମଧ୍ୟ ସୂଚନା ମିଳିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଉଛନ୍ତି ଭଦ୍ରକ ଜିଲା ବାସୁଦେବପୁର ଅଂଚଳର ମହେଶ୍ୱର ବାରିକ, ରଜନୀକାନ୍ତ ପାଣିଗ୍ରାହୀ,କେନ୍ଦୁଝର ଶୋଶୋ ଅଂଚଳର ସୁବ୍ରତ କୁମାର ପାଣିଗ୍ରାହୀ,ନନ୍ଦିପଦା ଅଂଚଳର ସୁକାନ୍ତ କୁମାର ଦାସ, ଭଦ୍ରକ ଅଂଚଳର ଶ୍ରୀନିମାସ ଘଡ଼େଇ,ବାସୁଦେବପୁର ଅଂଚଳର ରାଜେଶ କୁମାର ସେଠୀ ଓ ବାଲେଶ୍ୱର ସିମୁଳିଆ ଅଂଚଳର ମଙ୍ଗଳମୟ ମିଶ୍ର । ଓଡ଼ିଶା ସମାଚାର

About admin

Check Also

ଢ଼େଙ୍କାନାଳରେ ଫୁଟିଲା ଗୁଳି

ଢ଼େଙ୍କାନାଳ, ୨୭/୧୧/୨୦୨୧(ଓଡ଼ିଶା ସମାଚାର)- ଢ଼େଙ୍କାନାଳରେ ଫୁଟିଲା ଗୁଳି । ସଦର ଥାନା ଅନ୍ତର୍ଗତ ୨୧ ନମ୍ବର ୱାର୍ଡ଼ ସଂଜୟ କଲେନୀରେ …

Leave a Reply

Your email address will not be published. Required fields are marked *