Wednesday , October 4 2023
Breaking News
Home / ବିଶେଷ / ସର୍ବୋଚ ଅଦାଲତକୁ ଗଲା ଶ୍ରୀବଳଦେବଜୀଉ ରଥଯାତ୍ରା ମାମଲା

ସର୍ବୋଚ ଅଦାଲତକୁ ଗଲା ଶ୍ରୀବଳଦେବଜୀଉ ରଥଯାତ୍ରା ମାମଲା

କେନ୍ଦ୍ରାପଡ଼ା, ୨୯/୦୬/୨୦୨୧(ଓଡ଼ିଶା ସମାଚାର)-ଶ୍ରୀକ୍ଷେତ୍ର ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ଚଳିତବର୍ଷ ରଥଯାତ୍ରା ହେବନାହିଁ ବୋଲି ଉଚ୍ଚ ନ୍ୟାୟାଳୟ ମନାକରିବା ପରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ପୀଠରେ ରଥଯାତ୍ରା ଅନୁଷଷ୍ଠିତ ହେବା ପାଇଁ ସେବାୟତମାନେ ସର୍ବୋଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ସେବାୟତଙ୍କ ପକ୍ଷରୁ ମଦନମୋହନ ପତ୍ରୀ ଗଣମାଧ୍ୟମକୁ କହିଛନ୍ତି ଆମେ ହାଇକୋର୍ଟକୁ ନିବେଦନ କରିଥିଲୁ ତୁଳସୀକ୍ଷେତ୍ରରେ ରଥ ଗଡିବା ପାଇଁ । ହେଲେ ହାଇକୋର୍ଟ କରୋନା ମହାମାରୀ ମାର୍ଗଦର୍ଶିକା ଅନୁଯାଇ ରଥଯାତ୍ରା ହେବନାହିଁ ବୋଲି ରୋକଠକ ଜଣାଇଦେଲେ । ତେଣୁ ଆମର ଆଶା ଅଛି ସୁପ୍ରିମ କୋର୍ଟ ଏଥିରେ ହସ୍ତକ୍ଷେପ କଲେ ରଥଯାତ୍ରା ପାଇଁ ଅନୁମତି ମିଳିପାରିବ । ସେଥିପାଇଁ ଆମେ ସୁପ୍ରିମ କୋର୍ଟଙ୍କୁ ଆବେଦନ କରିଛୁ ବୋଲି ସେ କହିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *