• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଭର୍ଚୁଆଲ ଉତ୍ସବରେ ହସ୍ପିଟାଲ ଲୋକାର୍ପିତ ।
• ଦେବଗଡ଼ ଏବଂ କଳାହାଣ୍ଡିରେ କୋଭିଡ ଚିକିତ୍ସା ସୁବିଧା ସହିତ ବେଦାନ୍ତ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଚିକିସôା କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ୩୦୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯାଇଛି ।
• ଓଡ଼ିଶାର ଦେବଗଡ଼ ସ୍ଥିତ ଏକଲବ୍ୟ ସ୍କୁଲରେ ସ୍ଥାପିତ ହସ୍ପିଟାଲ ସମ୍ପୂର୍ଣ୍ଣ ଭାବେ ଅକ୍ସିଜେନେଟେଡ୍ ହେବା ସହିତ ଏଠାରେ ୧୨ଟି ଆଇସିୟୁ ଏବଂ ୩୨ଟି ହାଇ ଡିପେଣ୍ଡେନ୍ସି ୟୁନିଟ୍ ତଥା ପେଡ଼ିଆଟ୍ରିକ୍ କୋଭିଡ୍ ଆଇସିୟୁ ରହିଛି ।
ଭୁବନେଶ୍ୱର,୨୯/୦୬/୨୦୨୧(ଓଡ଼ିଶା ସମାଚାର)- ଭାରତର ବୃହତ୍ ଆଲୁମିନିୟମ୍ ଉପôାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉପôାଦକ ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଓଡ଼ିଶା ସରକାରଙ୍କୁ କୋଭିଡ୍ ଲଢ଼େଇରେ ସହାୟତାର ହାତ ବଢ଼ାଯାଇଛି । ଏହା ଅନ୍ତର୍ଗତ ବେଦାନ୍ତ ପକ୍ଷରୁ ଓଡ଼ିଶାର ଦେବଗଡ଼ ସ୍ଥିତ ଏକଲବ୍ୟ ମଡେଲ ଆବାସିକ ସ୍କୁଲରେ କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯାଇଛି । ଦେବଗଡ଼ ଏବଂ କଳାହାଣ୍ଡିରେ କୋଭିଡ ଚିକିତ୍ସା ସୁବିଧା ସହିତ ବେଦାନ୍ତ ପକ୍ଷରୁ ଓଡ଼ିଶା ସରକାରଙ୍କୁ ଚିକିତ୍ସା କ୍ଷେତ୍ରରେ ସାହାଯ୍ୟ କରିବା ପାଇଁ ୩୦୦ ଶଯ୍ୟା ବିଶିଷ୍ଟ କ୍ରିଟିକାଲ କେୟାର କୋଭିଡ୍ ହସ୍ପିଟାଲ ସ୍ଥାପନ କରାଯାଇଛି ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ଉତ୍ସବରେ ହସ୍ପିଟାଲକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ କେନ୍ଦ୍ରୀୟ ମାନ୍ୟବର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ ତଥା ବେଦାନ୍ତ ଲିମିଟେଡ୍ର ଆଲୁମିନିୟମ୍ ବିଜ୍ନେସ୍ର ସିଇଓ ଶ୍ରୀ ରାହୁଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ନିର୍ମିତ ଏହି ଦୁଇଟି ହସ୍ପିଟାଲକୁ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ଏବଂ ଉଭୟ ହସ୍ପିଟାଲ ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେବ ।
ଦେବଗଡ଼ରେ ନିର୍ମିତ ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲଟି ସମ୍ପୂର୍ଣ୍ଣ ଅକ୍ସିଜେନେଟେଡ୍ ହେବା ସହିତ ଏଠାରେ ୧୨ଟି ଆଇସିୟୁ ଏବଂ ୩୨ଟି ହାଇ ଡିପେଣ୍ଡେନ୍ସି ୟୁନିଟ୍ ତଥା ପେଡ଼ିଆଟ୍ରିକ୍ କୋଭିଡ୍ ଆଇସିୟୁ ସହିତ ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଏବଂ ମେଡ଼ିକାଲ କର୍ମଚାରୀ ରୋଗି ମାନଙ୍କ ସେବା ପାଇଁ ଉପଲବ୍ଧ ଅଛନ୍ତି । ବେଦାନ୍ତ ପକ୍ଷରୁ କୋଭିଡ କ୍ଷେତ୍ରରେ ସ୍ଥାପିତ ଏହି ନୂତନ ହସ୍ପିଟାଲଟି ଦେଶରେ ଅନ୍ତିମ ହସ୍ପିଟାଲଟି ଅଟେ । ବେଦାନ୍ତ ପକ୍ଷରୁ ସମଗ୍ର ଭାରତରେ ୧୦୦୦ରୁ ଅଧିକ କ୍ରିଟିକାଲ କେୟାର ଶଯ୍ୟା ସ୍ଥାପନ କରାଯାଇଛି, ସେଥି ମଧ୍ୟରୁ ଓଡ଼ିଶାକୁ ସବୁଠାରୁ ଅଧିକ ଶଯ୍ୟାର ସହାୟତା କରାଯାଇଛି ।
ଏହି ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ, ବେଦାନ୍ତ ଗ୍ରୁପର ସହଯୋଗରେ ଆମେ କାଲାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଶୁଭାରମ୍ଭ କଲୁ ଏବଂ ଆଜି ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ଲୋକାର୍ପଣ କରିଛୁ । କର୍ପୋରେଟ ସେକ୍ଟର ଭାବରେ ଆଗକୁ ଆସିଥିବାରୁ ଏବଂ କୋଭିଡ ବିରୋଧରେ ଆମର ସଂଗ୍ରାମରେ ଭାଗ ନେଇଥିବାରୁ ମୁଁ ଶ୍ରୀ ଅନିଲ ଅଗ୍ରୱାଲ ଏବଂ ବେଦାନ୍ତ ପରିଚାଳନାକୁ ଧନ୍ୟବାଦ ଦେଉଛି ।
ଏହି ଅବସରରେ ଭାରତ ସରକାରଙ୍କ ମାନ୍ୟବର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଦେବଗଡ ପରି ଏକ ସୁଦୂର ସ୍ଥାନରେ କୋଭିଡ ହସ୍ପିଟାଲ ସ୍ଥାପନ ପାଇଁ ଆମର ପ୍ରସ୍ତାବକୁ ତୁରନ୍ତ ଗ୍ରହଣ କରିଥିବାରୁ ମୁଁ ଶ୍ରୀ ଅନିଲ ଅଗ୍ରୱାଲ ଏବଂ ବେଦାନ୍ତ ପରିଚାଳନାକୁ ଧନ୍ୟବାଦ ଦେଉଛି । ଓଡ଼ିଶାରେ କୋଭିଡ଼ ସହିତ ଲଢ଼ିବା ପାଇଁ ଏହା ନିଶ୍ଚିତ ଭାବେ ଅନେକ ସାହାଯ୍ୟ କରିବ । ଆପଣଙ୍କର ଏହି ଉଦାରପଣତା କୁ ମୁଁ ଉପଯୁକ୍ତ ସାମାଜିକ ଦାୟିତ୍ୱବୋଧ ବୋଲି ମାନେକରେ ଏବଂ ଏଥିପାଇଁ ମୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।
ଏହି ଅବସରରେ ବେଦାନ୍ତ ରିସୋର୍ସେସ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଶ୍ରୀ ଅନୀଲ ଅଗ୍ରୱାଲ କହିଲେ, ଦେବଗଡ଼ର କୋଭିଡ୍ ହସ୍ପିଟାଲ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଆମର ଏକ ସହାୟତାପୂର୍ଣ୍ଣ ପଦକ୍ଷେପ । ବେଦାନ୍ତ କେୟାର ଫିଲ୍ଡ୍ ହସ୍ପିଟାଲ ପ୍ରକଳ୍ପ ଭାରତରେ କୋଭିଡ୍ ମହାମାରୀ ବିରୋଧରେ ଜାରି ରହିଥିବା ଲଢ଼େଇରେ ଆମର ଏକ ପ୍ରମୁଖ ପ୍ରୟାସ । ମୁଁ ଖୁସି ଯେ ଆମର ପ୍ରତିଶୃତି ଅନୁସାରେ ଆମେ ଅଧିକ ସହାୟତା ଯୋଗାଇ ଦେଇଛୁ । ମୁଁ ମଧ୍ୟ ସରକାରଙ୍କୁ ଏ କ୍ଷେତ୍ରରେ ଧନ୍ୟବାଦ ଜଣାଉଛି ଆମକୁ ଆବଶ୍ୟକ ସହାୟତା ଯୋଗାଇ ଦେଇଥିବାରୁ ଏବଂ ଆମେ ଏକ ମାସ ମଧ୍ୟରେ ସାରା ଦେଶରେ ସୁବିଧା ଉପଲବ୍ଧ କରାଇପରିଛୁ । ଦେଶରେ କୋଭିଡ୍ ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି ଏବଂ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସହାୟତା ଜରି ରହିଛି ।
ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଆଲୁମିନିୟମ୍ ବିଜନେସ୍ର ସିଇଓ ଶ୍ରୀ ରାହୁଲ ଶର୍ମା କହିଲେ, ଦେବଗଡ଼ରେ ବେଦାନ୍ତ ପକ୍ଷରୁ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ଓଡ଼ିଶା ସରକାରଙ୍କ ସହଯୋଗରେ ସ୍ଥାପନ କରାଯାଇଛି । ଆମେ ଆଶା କରୁଛୁ କଳାହାଣ୍ଡି ଏବଂ ଦେବଗଡ଼ର ହସ୍ପିଟାଲ ଓଡ଼ିଶାର ଜନସାଧାରଣଙ୍କ ଲାଗି ଆବଶ୍ୟକ ସହାୟତା ଯୋଗାଇ ଦେବ । ଆମେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲକୁ ଗତ ଏକ ବର୍ଷ ଧରି ମଧ୍ୟ ଆବଶ୍ୟକ ସହାୟତା ପ୍ରଦାନ କରିଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି । ଓଡ଼ିଶା କୋଭିଡ୍ ବିରୋଧରେ ସଫଳତାର ସହିତ ଲଢ଼େଇ ଜାରି ରଖିଛି । ବେଦାନ୍ତ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ସଙ୍କଟ ସମୟରେ ସହାୟତା ଯୋଗାଇ ଦେଉଛି ।
ଇତିମଧ୍ୟରେ ବେଦାନ୍ତ ପକ୍ଷରୁ ଓଡ଼ିଶାରେ ବାସ କରୁଥିବା ୩୦,୦୦୦ କର୍ମଚାରୀ, ବ୍ୟବସାୟିକ ଅଂଶୀଦାର ଏବଂ ସେମାନଙ୍କ ପରିବାର ସଦସ୍ୟ ଆଦିଙ୍କୁ ଟିକା ପ୍ରଦାନ କରାଯାଇଛି । ଏହା ସହିତ ବେଦାନ୍ତ ପକ୍ଷରୁ କୋଭିଡ୍ ପ୍ରତିରୋଧ ପାଇଁ ବହୁବିଧ ସହାୟତା ପ୍ରଦାନ କରାଯାଇଛି ।
• ୨୮ଟି ଆଇସିୟୁ, ୪୮ ଏଚ୍ଡିୟୁ, ଏବଂ ପେଡିଆଟ୍ରିକ୍ କୋଭିଡ୍ କେୟାର ଆଇସିୟୁ ସହିତ ୩୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ କୋଭିଡ୍ ହସ୍ପିଟାଲ ଦେବଗଡ଼ ଏବଂ କଳାହାଣ୍ଡିରେ ସ୍ଥାପନ କରାଯାଇଛି ।
• ଝାରସୁଗୁଡା ଜିଲ୍ଲା କୋଭିଡ୍ ହସ୍ପିଟାଲରେ ଆଇସିୟୁ ଶଯ୍ୟା, ଭେଂଟିଲେଟର, ସ୍ୱତନ୍ତ୍ର ମେଡ଼ିକାଲ ଉପକରଣ, ଆମ୍ବୁଲାନ୍ସ ଆଦି ଯୋଗାଇ ଦିଆଯାଇଛି ।
• ଗୁରୁତର ରୋଗୀଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାରଙ୍କୁ ୨୦୦୦ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି ।
• କମ୍ପାନୀ ପକ୍ଷରୁ ଓଡିଶାର କଳାହାଣ୍ଡିର ଭବାନୀପାଟଣାସ୍ଥିତ ଜିଲ୍ଲା ହସ୍ପିଟାଲକୁ ୧୦,୦୦୦ ଆର୍ଟି-ପିିସିଆର୍ ଟେଷ୍ଟ୍ କିଟ ଯୋଗାଇ ଦିଆଯାଇଛି ।
• ଗତ ଏକ ବର୍ଷ ଧରି ବେଦାନ୍ତ ପକ୍ଷରୁ କୋଭିଡ୍ ମୁକାବିଲା ଅନ୍ତର୍ଗତ ୯୨,୦୦୦ ୟୁନିଟ୍ ପିପିଇ କିଟ୍ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଛି ।
• ସେହିପରି ହଜାର ହଜାର ଦିନ ମଜୁରିଆ ଏବଂ ଗରିବ ପରିବାରଙ୍କୁ ରାଶନ ଓ ଭୋଜନ ଯୋଗାଇ ଦିଆଯାଇଛି ।
• ୩.୩ ଲକ୍ଷରୁ ଅଧିକ ମାସ୍କ୍, ସାବୁନ. ସୁରକ୍ଷା କିଟ୍ ମାଗଣାରେ ବିତରଣ କରାଯାଇଛି । ମାସ୍କ୍ଗୁଡ଼ିକୁ ବେଦାନ୍ତ ପକ୍ଷରୁ ସହାୟତା ପ୍ରଦାନ କରାଯାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହାଦ୍ୱାରା ବହୁ ଲୋକଙ୍କର ଜୀବନ ଜୀବିକାରେ ବିକାଶ ସଙ୍କଟ ସମୟରେ ସମ୍ଭବ ହୋଇ ପାରିଛି ।
• ଦୁର୍ଗମ ଗ୍ରାମୀଣ ଅଂଚଳରେ କୋଭିଡ୍-୧୯ ସମ୍ପର୍କିତ ସଚେତନା ଶିବିର ଆୟୋଜନ କରାଯାଇଛି ।
• ସର୍ବସାଧାରଣସ୍ଥଳ, ସର୍ବସାଧାରଣ କାର୍ଯ୍ୟାଳୟ ଗୁଡ଼ିକୁ ସାନିଟାଇଜ୍ କରାଯାଇଛି ।
• ଲକ୍ ଡାଉନ୍ ସମୟରେ ସ୍ଥାନୀୟ ଚାଷୀଙ୍କ ଜୀବନଜୀବିକା ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଛି ।
ବେଦାନ୍ତ ଆଲୁମିନିୟମ୍ ଆଣ୍ଡ୍ ପାୱାର ବିଜ୍ନେସ୍ ଯାହାକି ବେଦାନ୍ତ ଲିମିଟେଡ୍ର ଅଂଶବିଶେଷ ଭାରତର ପ୍ରାୟ ଅଧା ଆଲୁମିନିୟମ୍ ଉତ୍ପାଦନ କରିଥାଏ । ୨୦୨୧ ଆର୍ଥିକ ବର୍ଷରେ ଏହାର ପରିମାଣ ବାର୍ଷିକ ୧.୯୬ ନିୟୁତ ଟନ୍ ରହିଛି । ଏହା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉପôାଦ ପ୍ରସ୍ତୁତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହାର ବିଶ୍ୱସ୍ତରୀୟ ସ୍ମେଲଟର, ପାୱାର ପ୍ଲାଂଟ୍ ଏବଂ ଆଲୁମିନା ରିଫାଇନାରୀ ଭାରତର ବିଭିନ୍ନ ଅଂଚଳରେ ରହିଛି । ଆଲୁମିନିୟମ୍କୁ ଭବିଷ୍ୟତର ମେଟାଲ ଭାବେ ପ୍ରତିପାଦିତ କରି ଏକ ‘ଗ୍ରୀନର ଟୁମୋରୋ’ ଗଠନ ପାଇଁ ବେଦାନ୍ତ ପ୍ରୟାସ ଜାରି ରଖିଛି ।