ରାଜଗାଙ୍ଗପୁର ୨୯/୦୬/୨୦୨୧(ଓଡ଼ିଶା ସମାଚାର / ଦେବବ୍ରତ ମିତ୍ର)- ରାଜଗାଙ୍ଗପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଲାଇଗଂ ଗ୍ରାମର ଜିଲ୍ଲା ପରିଷଦ (ରାଜଗାଙ୍ଗପୁର ” ଖ) ସଭ୍ୟ ଶ୍ରୀ ସୁରେନ୍ଦ୍ର ଦେହୁରୀ ଙ୍କ ପୁଅ ତାରକେଶ୍ୱର ଦେହୁରୀ ଗତ ଓଡ଼ିଶା ମାଧ୍ୟମିକ ପରୀକ୍ଷାରେ ଟପ ଟେନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେ ସମୁଦାୟ ୬୦୦ନଂ ରୁ ୫୩୪ ନଂ ରଖି ଟପ ଟେନ ରେ ନିଜର ସ୍ଥାନ ରଖିବାରେ ସୈାଭାଗ୍ୟ ଅର୍ଜନ କରିଛନ୍ତି । ସେ ଚେତନପାଲି ଗ୍ରାମ ପଞ୍ଚାୟତ ସୁରଗୁଡା ଠାରେ ଅଧ୍ୟୟନ କରୁଥିଲେ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଲାଇଗଂ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ତଥା ରାଜଗାଙ୍ଗପୁର ରେ ଆନନ୍ଦର ଲହରୀ ଖେଳିଯାଇଛି। ଓଡ଼ିଶା ସମାଚାର
Check Also
କିଶନନଗର ଥାନା ପରିସରରେ ଆତ୍ମାହୁତି ଘଟଣାରେ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ନୋଟିସ
କଟକ , ୨୪ /୬/୨୦୨୨(ଓଡ଼ିଶା ସମାଚାର ): କଟକ ଜିଲା କିଶନନଗର ଥାନା ପରିସରରେ ଦେହରେ ନିଆଁ ଲଗାଇ ଆତ୍ମାହୁତି …