ଭୁବନେଶ୍ୱର,୨୮/୦୬/୨୦୨୧(ଓଡ଼ିଶା ସମାଚାର)- ସୁସ୍ଥ ମନ ହିଁ ସୁସ୍ଥ ଶରୀରର ପରିଚାୟକ ।ସୁସ୍ଥ ସବଳ ବ୍ୟକ୍ତି ହିଁ ସୁସ୍ଥ ସମାଜ ଗଠନ କରିପାରନ୍ତି । ତେଣୁ ପର୍ବ ପର୍ବାଣୀ ପାଳନ କରିବାର ଯଥାର୍ଥତା ରହିଛି । ବର୍ତ୍ତମାନ କରୋନାର ଦ୍ଵିତୀୟ ଲହରରେ ଜନ ସମାଜ ଅତ୍ୟନ୍ତ ମର୍ମାହତ, ତେଣୁ ଦୁଃଖଦ ସମୟରେ ସମସ୍ତଙ୍କ ଜୀବନ କୁ ସରସ ସୁନ୍ଦର ଓ ମଧୁମୟ କରିବା ପାଇଁ ହେଲ୍ପମେଟ୍ ଅନୁଷ୍ଠାନ ତରଫରୁ କୁନି କୁନି ପିଲାମାନଙ୍କ ପାଇଁ ରାଜ୍ୟ ସ୍ତରରେ ” ରଜପରୀ ” କାର୍ଯ୍ୟ କ୍ରମ ରଖାଯାଇଥିଲା ।
ଏହା ତିନୋଟି ରାଉଣ୍ଡ୍ ରେ କରାଯାଇ ରଜପରୀ ଭାବରେ ଅନନ୍ୟା ମହାନ୍ତି ଏବଂ ରଜ ରନସ୍ ଭାବେ ସମିଧା ମିଶ୍ରଙ୍କୁ ଅନୁଷ୍ଠାନ ତରଫରୁ ବିଭିନ୍ନ ପୁରସ୍କାର ଯଥା ଟ୍ରଫି , ସାର୍ଟିଫିକେଟ , ନୂତନ ପୋଷାକ , ଅଳଙ୍କାର , ଏବଂ ଇନ୍ ଫିନିଟି ବିଉଟିପାଲର ତରଫରୁ Hair spa treatment service ଦିଆଯାଇଛି । ସମ୍ପାଦିକା ନିବେଦିତା ଭଞ୍ଜ ପ୍ରତିବର୍ଷ ପିଲାମାନଙ୍କର ଖୁସି ପାଇଁ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର