Monday , March 27 2023
Breaking News
Home / ବିଶେଷ / ପାରାଦୀପ ଆଦର୍ଶ ଥାନାର ନୂତନ ଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାଗତ

ପାରାଦୀପ ଆଦର୍ଶ ଥାନାର ନୂତନ ଅଧିକାରୀଙ୍କୁ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାଗତ

ପାରାଦୀପ ୨୮/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି ସଂନ୍ଧ୍ୟାରେ ପାରାଦୀପ ଆଦର୍ଶ ଥାନାର ନୂତନ ଅଧିକାରୀ ରଜନୀକାନ୍ତ ମିଶ୍ରଙ୍କୁ କାର୍ଯ୍ୟରତ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ସୌଜନ୍ୟ ମୁଳକ ସାକ୍ଷାତ କରିବା ସହ ସ୍ୱାଗତ କରିଥିଲେ । ପାରାଦୀପ ଅଂଚଳକୁ ଅପରାଧ ମୁକ୍ତ କରିବା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ ଶ୍ରୀ ମିଶ୍ର କହିଥିଲେ । ପ୍ରକାଶ ଥାଉ କି, ଶ୍ରୀ ମିଶ୍ର ଜଗତ୍ସିଂହପୁର ଥାନାର ଅଧିକାରୀ ଭାବେ ସାଢେ ଚାରି ବର୍ଷ କାର୍ଯ୍ୟ କରିବା ପରେ ପାରାଦୀପ ଆଦର୍ଶ ଥାନାକୁ ବଦଳି ହୋଇ ଗତକାଲି ରବିବାର ଦିନ ସେ ପୂର୍ବତନ ଥାନାଧିକାରୀ ରଜନୀକାନ୍ତ ସାମଲଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.