ଗରଦପୁର,୨୮/୦୬/୨୦୨୧(ଓଡ଼ିଶା ସମାଚାର)- ମହାକାଳପଡାର ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ପକ୍ଷରୁ ରାୟଗଡା ଓ ଗଜପତି ଜିଲାର ପର୍ଯ୍ୟବେକ୍ଷକ ଭାବରେ ନୁଯୁକ୍ତି ମିଳିଛି । ବିଜେଡି ଦଳର ସୁପ୍ରିମୋ ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକ ଶ୍ରୀ ନାୟକଙ୍କୁ ଦୁଇଟି ଜିଲାର ପର୍ଯ୍ୟବେକ୍ଷକ ଭାବରେ ଦାଇତ୍ୱ ଦେଇଥିବାରୁ ଗରଦପୁର ବ୍ଲକ ବିଜେଡି ତରଫରୁ ବ୍ଲକ ଅଧ୍ୟକ୍ଷା ସୁର୍ଣ୍ଣପ୍ରଭା ସେଠୀ, ଦଳର କୋଷାଧ୍ୟକ୍ଷ ଶୈଳେନ୍ଦ୍ର କୁମାର ମହାନ୍ତି, ବିଜେଡି ନେତା ସନ୍ତୋଷ କୁମାର ମହାଳି,ଦିଲ୍ଲିପ୍ କୁମାର ସାହୁ, ବାସୁଦେବ ବେହେରା, ସତ୍ୟାନନ୍ଦ ରାଉତ, ପ୍ରକାଶ ଚନ୍ଦ୍ର ସାହୁ,ଅଶୋକ କୁମାର ଜେନା, ରଞ୍ଜନ କୁମାର ନାୟକ, ଶେଖ୍ ୱାଇଦ୍, ଅନୁଜ କୁମାର ମହାନ୍ତି, ସାଂସଦ ପ୍ରତିନିଧି ଜୟ ପ୍ରକାଶ ବାରିକ୍,ପ୍ରହଲ୍ଲାଦ ସାହୁ, ପ୍ରବୀର କୁମାର ପରିଜା, ସଞ୍ଜୟ କୁମାର ସ୍ୱାଇଁ, ରଞ୍ଜିତ୍ କୁମାର ପଣ୍ଡା,ଦିଲ୍ଲୀପ୍ କମୁାର ପଣ୍ଡା , ମିର ଗୋଲାମ ଜିଲାନୀ ଓ ସାରଦା ସାମନ୍ତରାୟ ପ୍ରମୁଖ ଦଳର ରାଜ୍ୟ ସଭାପତି ତଥା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି । ସେହିପରି ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ସୁପୁତ୍ରୀ ଶ୍ରୀମତୀ ମଧୁମତୀ ଅଗ୍ରୱାଲ ମହିଳା ବିଜେଡିର ରାଜ୍ୟ ସମ୍ପାଦିକା ଭାବରେ ମନୋନୀତ ହୋଇଥିବାରୁ ଗରଦପୁର ବ୍ଲକ ବିଜେଡି ପକ୍ଷରୁ ମଧ୍ୟ ମୂଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର
Check Also
ପାଟକୁରା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା
ଗରଦପୁର,୨୧/୦୬/୨୦୨୨( ଓଡ଼ିଶା ସମାଚାର )- ନେସନ୍ୟାଲ ହେରାଲଡ୍ଡ ମାମଲା ରେ କଂଗ୍ରେସ ର ସର୍ବମାନ୍ୟ ନେତା ରାହୁଲ ଗାନ୍ଧୀ ଙ୍କୁ …