Monday , March 27 2023
Breaking News
Home / ଶିକ୍ଷା / ଗରଦପୁର ବ୍ଲକ୍ ମାଟ୍ରିକ୍ ଟପରଙ୍କୁ ସମ୍ବର୍ଦ୍ଧନା

ଗରଦପୁର ବ୍ଲକ୍ ମାଟ୍ରିକ୍ ଟପରଙ୍କୁ ସମ୍ବର୍ଦ୍ଧନା

ଗରଦପୁର, ୨୮/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ର ଯୁଗ୍ମ ମାଟ୍ରିକ୍ ଟପର ଯାଜ୍ଞସେନୀ ସିଂ ଓ ଆଶୁତୋଷ ସାହୁଙ୍କୁ ଆଜି ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଚଳିତ ମାଟ୍ରିକ୍ ପରୀକ୍ଷାରେ ପାଟକୁରା ହାଇସ୍କୁଲ ର ଛାତ୍ରୀ ଯାଜ୍ଞସେନୀ ସିଂ ୫୬୦ ନମ୍ବର ଓ ସିଦ୍ଧେଶ୍ୱର ହାଇସ୍କୁଲ ର ଛାତ୍ର ଆଶୁତୋଷ ସାହୁ ୫୬୦ ନମ୍ବର ରଖି ଏ ୧ ରେ ଉତିର୍ଣ୍ଣ ହୋକ୍ୱ୍କ୍ ରେ ଟପର ହୋଇଛନ୍ତି । ତହସିଲ ପ୍ରଶାସନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଆଜି ପାଟକୁରା ନୋଡ଼ାଲ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଏକ ଉତ୍ସବ ଆୟୋଜିତ ହୋଇଥିଲା । ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି ସଭାପତିତ୍ୱ କରିଥିବାବେଳେ ଉତ୍ସବରେ ମୁଖ୍ୟ ଅତିଥିଚ ଭାବେ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ଓ ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସୁନାଗରିକ ହୋଇ ଦେଶ ଓ ଜାତିର ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ଉତ୍ସବରେ ଏହି ଯୁଗ୍ମ ପ୍ରତିଭାଙ୍କୁ ଉପଢ଼ୌକନ ଓ ପୁଷ୍ପ ଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସିଦ୍ଧେଶ୍ୱର ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅଜିତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.