Tuesday , March 28 2023
Home / ବିଶେଷ / ସମାଜସେବୀ ଚିନିଭାଇଙ୍କ ପରଲୋକ

ସମାଜସେବୀ ଚିନିଭାଇଙ୍କ ପରଲୋକ

କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଜୟୀପୁରା ଗ୍ରାମର ସେକ ଅବଦୁଲ ହଲିମ(ଚିନିଭାଇ)ଙ୍କର ୬୨ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଗଭିର ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ କାଉନସିଲର ହିବଜୁର ରହେମାନ, ହିରଣ୍ୟ ପଣ୍ଡା, ମୁକ୍ତାର ଖାଁ, ଶରତ ବେହୁରା, ସେକ ରହେମତ, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ବରିଷ୍ଠ ବିଜେପି ନେତା ମହମ୍ମଦ ସଲୀମ ଖାନ, ସୟଦ ଅବଦୁଲ ସତାର, ସେକ ଇନାୟତ(ଚନ୍ଦନ), ରକିବୁର ରହେମାନ, ସେକ ଅଞ୍ଜାନ, ସାମ୍ବାଦିକ ସବୀର ଖାନ, କେନ୍ଦ୍ରାପଡା ବିଧାୟକଙ୍କ ପୁତ୍ର ସତ୍ୟପ୍ରକାଶ ବେହେରା, ନଗର ସଭାପତି ରାଜେଶ ମହାନ୍ତି, ଛାତ୍ରନେତା ପରଭେଜ ଅକ୍ତର, ସୟଦ ଅକମଲ ଅଲ୍ଲୀ, ବଦ୍ରୁଜ ଜମା, ଗୟାସୁଦ୍ଧିନ ବଲବନ୍ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଚିନିଭାଇଙ୍କ  ପୁତ୍ର ସେକ ଅବଦୁଲ ମୋବିନ, ସେକ ଅବଦୁଲ ମତିନ ପ୍ରମୁଖ ମୃତୁ୍ୟ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ଜନାଜା ପାଠ ପୂର୍ବକ ରଣପଡା କବରସ୍ଥାନରେ  କବର ଦିଆଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.