Wednesday , December 8 2021
Home / ରାଜନୀତି / ସବିତା ମହାପାତ୍ର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାବେ ମନୋନୀତ

ସବିତା ମହାପାତ୍ର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ଭାବେ ମନୋନୀତ

ପାରାଦ୍ୱୀପ ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାର ମହିଳା ସଭାନେତ୍ରୀ ମାନଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷରେ ଜଗତ୍ସିଂହପୁର ଜିଲ୍ଲାର ମହିଳା ସଭାନେତ୍ରୀ ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର ମନୋନୀତ ହୋଇଛନ୍ତି । ସୂଚନା ଥାଉକି ଶ୍ରୀମତୀ ମହାପାତ୍ର ସଂପ୍ରତି ରାଜ୍ୟ ବିଜେଡି ସଂଗଠନର ଯୁଗ୍ମ ସମ୍ପାଦିକା ଓ ରାଜ୍ୟ ପରିଷଦର ସଭ୍ୟା ଭାବେ କାର୍ଯ୍ୟରତ । ସେ ଜଣେ ସୁସଙ୍ଗଠିକା ଏବଂ ପୂର୍ବରୁ ସେ ଜିଲ୍ଲା ତଥା ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ପଦବୀରେ ରହି ତୃଣମୁଳ କ୍ଷେତ୍ରରେ ଦଳୀୟ ସଙ୍ଗଠନକୁ ସୁଦୃଢ କରିବାରେ ସହାୟକ ହୋଇଥିଲେ । ଜିଲ୍ଲାର ମହିଳା ସଭାନେତ୍ରୀ ଭାବେ ନିଯୁକ୍ତ ହେଲାପରେ ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ କୁମାର ବିଶ୍ୱାଳ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ନେତୃତ୍ୱରେ ପାରାଦ୍ୱୀପ ତଥା ଜିଲ୍ଲାରେ ମହିଳା ସଙ୍ଗଠନ ସୁଦୃଢ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଦ୍ମ ଛାଡି ଶଙ୍ଖ ଧରିଲେ ଜିଲ୍ଲା ପରିଷଦ ସଭ୍ୟ ଜାହିର ମହମ୍ମଦ

ନିଶ୍ଚିନ୍ତକୋଇଲି,୦୩/୧୨/୨୦୨୧(ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ର ୨୬ ନମ୍ୱର୍ ଜୋନ୍ ବିଜେପି ଦଳ …

Leave a Reply

Your email address will not be published. Required fields are marked *