ଭୁବନେଶ୍ୱର,୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଅତ୍ୟନ୍ତ ଦୁଃଖଦ ଖବର । ଶଡ଼କ ଦୂର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଙ୍କ ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ରୁ ଜଣାପଡ଼ିଛି ଯେ ଖୋର୍ଦ୍ଧାରୁ ଭୁବନେଶ୍ୱର ଫେରୁଥିବାବେଳେ ଯାଆଁଳା ଫାଣ୍ଡି ନିକଟରେ ଏହି ଦୂର୍ଘଟଣା ଘଟିଛି । ଦୂର୍ଘଟଣାରେ ତାଙ୍କର ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ଚିହ୍ନି ହେଉନାହିଁ । କିନ୍ତୁ ତାଙ୍କ ନାଲି ରଙ୍ଗର ସ୍କୁଟି, ପରିଚୟପତ୍ର, ମୋବାଇଲ ଦୂର୍ଘଟଣାସ୍ଥଳରୁ ଜବତ ହୋଇଛି । ସେହିଥିରୁ ତାଙ୍କର ପରିଚୟ ମିଳୁଛି । ଦୂର୍ଘଟଣାସ୍ଥଳରୁ ତାଙ୍କୁ ଏଏମଏସ କୁ ନିଆଯାଇଛି । ପରିବାର ଲୋକଙ୍କୁ ଚିହ୍ନଟ କରିବା ପାଇଁ ଖବର ଦିଆଯାଇଛି । ରାତି ପ୍ରାୟ ୮ ଟା ବେଳେ ଏହି ଦୂର୍ଘଟଣା ଘଟିଛି । ଓଡ଼ିଶା ସମାଚାର