Monday , March 27 2023
Breaking News
Home / ରାଜନୀତି / ରାଜ୍ୟ ମହିଳା ବିଜେଡିରେ କେନ୍ଦ୍ରାପଡାରୁ ୮ଜଣ କର୍ମକର୍ତା ଚୟନ

ରାଜ୍ୟ ମହିଳା ବିଜେଡିରେ କେନ୍ଦ୍ରାପଡାରୁ ୮ଜଣ କର୍ମକର୍ତା ଚୟନ

କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ମହିଳା ବିଜୁଜନତା ଦଳରେ କେନ୍ଦ୍ରାପଡାରୁ ୮ଜଣଙ୍କୁ କର୍ମକର୍ତା ଭାବେ ଚୟନ କରାଯାଇଛି । ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରସ୍ତାବ ଓ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ମହିଳା ବିଜେଡିର ପୁର୍ନଗଠନ କରାଯାଇ ନୂତନ କର୍ମକର୍ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ସେଥିରେ କେନ୍ଦ୍ରାପଡା ଜିଲ୍ଲାରୁ ୮ଜଣଙ୍କୁ ବିଭିନ୍ନ ପଦପଦବୀରେ କର୍ମକର୍ତା ଭାବେ ନିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାରୁ ରିଜୁୱାନା ବେଗମଙ୍କୁ ରାଜ୍ୟ ମହିଳା ବିଜେଡିର ଉପସଭାପତି ଭାବେ ନିଆଯାଇଥିବା ବେଳେ ଜ୍ୟୋସ୍ନôାରାଣୀ ଜେନାଙ୍କୁ ସାଧାରଣ ସମ୍ପାଦିକା,ସ୍ନେହପ୍ରଭା ତ୍ରିପାଠୀ, ମଧୁମିତା ଅଗ୍ରୱାଲ ଓ ସୁରଭି ଜେନାଙ୍କୁ ସମ୍ପାଦିକା, ଭକ୍ତିମୟୀ କରଙ୍କୁ ଯୁଗ୍ମ ସମ୍ପାଦିକା, ଲୋପାମୁଦ୍ରା ବାରିକ ଓ ପ୍ରମିଳା ସାମଲଙ୍କୁ ରାଜ୍ୟ ବିଜେଡି ମହିଳା କାର୍ଯ୍ୟକାରିଣୀର ସଦସ୍ୟା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ରୋସ୍ନôା ସାହୁଙ୍କୁ କେନ୍ଦ୍ରାପଡା ଜିଲ୍ଲା ମହିଳା ବିଜେଡି ସଭାପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ନିଯୁକ୍ତି ନିମନ୍ତେ ରାଜ୍ୟ ମହିଳା ବିଜେଡି ସଭାପତି ଶ୍ରୀମତୀ ଛୁରୀଆ ଓ ରାଜ୍ୟ ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଜିଲ୍ଲା ପକ୍ଷରୁ ଧନ୍ୟବାଦ ଓ କୃତଜ୍ଞତା ପ୍ରଦାନ କରାଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.