କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଇଛାପୁର ଶ୍ରୀବଳଦେବଜୀଉଙ୍କ ରାଜପୁରୋହିତ ତଥା ତଳବାରଙ୍ଗ ଗ୍ରାମର ପଣ୍ଡିତ ଗିରିଧାରୀ ପତିଙ୍କ ୮୪ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥାଇ ସ୍ୱଗୃହରେ ଚିକିତ୍ସାଧିନ ଥିଲେ । ସ୍ୱର୍ଗତ ପତି ଅଭୟା ସଂସ୍କୃତ ଟୋଲର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ସହିତ ଜଣେ ବିଶିଷ୍ଟ କର୍ମକାଣ୍ଡବୀତ ଓ ଜ୍ୟୋତିଷ ବିଷାରଦ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ଗ୍ରାମ ଶ୍ମସାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଓଡ଼ିଶା ସମାଚାର