ତାରପୁର, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କୁ ରାଜ୍ୟ ବିଜୁ ମହିଳା ଜନତାଦଳର ସାଧାରଣ ସମ୍ପାଦିକା ରୂପେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀମତୀ ବଳ ରଘୁନାଥପୁର ବ୍ଳକ୍ ରେ ଜଣେ ବିଜେଡିର ଦକ୍ଷ ସଙ୍ଗଠକ ଭାବେ କାର୍ଯ୍ୟ କରିବା ସହିତ ଏହି ବ୍ଲକ୍ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଜାରିରଖିଛନ୍ତି । ଏଥିପାଇଁ ରଘୁନାଥପୁର ବ୍ଲକ୍ ର ବିଜେଡିର ବରିଷ୍ଠ ନେତା ସରୋଜକାନ୍ତ ସ୍ୱାଇଁ, ସରପଂଚ ସରୋଜ ଦାସ, ସରପଂଚ ଶେଷଦେବ ସେଠୀ, ସରପଂଚ କବିତା ନାୟକ, ଜିଲା ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ବିଜେଡି ଯୁବନେତା ଭଗବାନ ସ୍ୱାଇଁ, ସମିତି ସଭ୍ୟ ମହେମୁଦ୍ ବେଗ, ବରାଗୋଳ ସମିତି ସଭ୍ୟା, ଯୁବନେତା ନିରଞ୍ଜନ ଦାସ ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସହିତ ବ୍ଲକ୍ ଅଧ୍ୟକ୍ଷା ତଥା ରାଜ୍ୟ ବିଜୁ ମହିଳା ଜନତାଦଳର ସାଧାରଣ ସମ୍ପାଦିକା ଶ୍ରୀମତୀ ବଳଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶା ସମାଚାର