ତାରପୁର, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ପଂଚାୟତ ସମିତିର ୭ମ ସ୍ୱତନ୍ତ୍ର ସାଧାରଣ ବୈଠକ ଆଜି ଭର୍ଚୁଆଲ ମୋଡ଼ ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ରଘୁନାଥପୁର ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ଡ଼ ରାଜଶ୍ରୀ ମଲିକ, ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଡ଼ିଓ ଜିତେନ୍ଦ୍ର ନାୟକ , ବ୍ଲକ୍ ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ରଘୁନାଥପୁର ଜୋନ ୨ ଜିଲାପରିଷଦ ସଭ୍ୟା ଡ଼େଜାଲିନ୍ ମହାପାତ୍ର, ଜିଲା ପରିଷଦ ସଭ୍ୟ ଅଶୋକ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ଼ ୧୯ ମାର୍ଗ ଦର୍ଶିକା କୁ ପାଳନ କରାଯାଇ ଭର୍ଚୁଆଲ ମୋଡ଼ ରେ ଅନୁଷ୍ଠିତ ଏହି ବୈଠକରେ ରଘୁନାଥପୁର ବ୍ଲକ୍ ର ସମସ୍ତ ପଂଚାୟତର ବାକି ପଡ଼ିଥିବା ଉନ୍ନୟନ କାର୍ଯ୍ୟ ଗୁଡ଼ିକୁ ତୁରନ୍ତ ସାରିବାକୁ ବିଧାୟକ ଶ୍ରୀଯୁକ୍ତ ଦାସ ନିର୍ଦ୍ଧେଶ ଦେଇଥିବାବେଳେ ବିଭିନ୍ନ ପଂଚାୟତର ସଭ୍ୟ ଓ ସରପଂଚମାନେ ନିଜ ନିଜ ପଂଚାୟତର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ବୈଠକରେ ତାରପୁର ସମିତି ସଭ୍ୟ ସରୋଜ କୁମାର ଦାସ, ସରପଂଚ ଶର୍ମିଷ୍ଠା ସ୍ୱାଇଁ, ସରପଂଚ ସୂର୍ଯ୍ୟ ନାରାୟଣ ନାୟକ, ସଭ୍ୟା କାଦମ୍ବିନୀ ସ୍ୱାଇଁ, ସରପଂଚ ଜାନକୀ ବଲଭ ସ୍ୱାଇଁ, ସରପଂଚ ବାସନ୍ତୀ ସାହୁ, ସଭ୍ୟ ମନୋଜ ସେଠୀ, ସଭ୍ୟ ମାନସ ଦାସ, ସଭ୍ୟା ଛବିଲତା ମଲିକ, ସରପଂଚ ପ୍ରମୋଦ ଜେନା, ତାରପୁର ସରପଂଚ ସରୋଜ କୁମାର ଦାଶ, ସରପଂଚ ବିଜୟ କୁମାର ସ୍ୱାଇଁ, ସରପଂଚ ଛବିତା ମହାନ୍ତି, ସରପଂଚ ଜ୍ୟୋତିର୍ମୟୀ ଜେନା, ସରପଂଚ ଡ଼ମ୍ବରୁଧର ବେହେରା, ସରପଂଚ ଶେଷଦେବ ସେଠୀ, ସରପଂଚ କବିତା ନାୟକ, ସରପଂଚ ପୁଷ୍ପଲତା ଦାସ, ସରପଂଚ ଅଭିମନ୍ୟୁ ନାୟକ, ସରପଂଚ ଶୁଭ୍ରାନ୍ତ ସ୍ୱାଇଁ ଙ୍କ ସମେତ ବ୍ଲକ୍ ର ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଭାଗ ନେଇଥିଲେ । ଓଡ଼ିଶା ସମାଚାର