Monday , December 6 2021
Breaking News
Home / ବିଶେଷ / ମନ୍ଦିର ପରିଚାଳନା କମିଟିର ସଭାପତିଙ୍କ ପାଇଁ ସ୍ମୃତି ସଭା

ମନ୍ଦିର ପରିଚାଳନା କମିଟିର ସଭାପତିଙ୍କ ପାଇଁ ସ୍ମୃତି ସଭା

ପାରାଦ୍ୱୀପ ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ର ସର୍ବ ପୁରାତନମ ଶୈବପୀଠ ବୃନ୍ଦାବନ କଲୋନୀସ୍ଥିତ ଗୋପଳ ଜୀଉ ଶିବ  ମନ୍ଦିର ପରିଚାଳନା କମିଟିର ସଭାପତି ସ୍ୱର୍ଗତ ଦ୍ୱାରିକାନାଥ ସ୍ୱାଇଁଙ୍କ ଉଦ୍ଧେଶ୍ୟରେ ଏକ ସ୍ମୃତି ସଭା ତାଙ୍କ ଏକାଦଶହ କର୍ମ ଦିବସ ଅବସରରେ ମନ୍ଦିର ପରିସରରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି  ସଭାରେ ପାରାଦ୍ୱୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ କୁମାର ବିଶ୍ୱାଳ, ପାକ୍ତନ ପରିଷଦ ଶଙ୍କର ପ୍ରସାଦ ରାଉତ, ସୁଶୀଲ ମହାପାତ୍ର, ବନୋଜ ସେନାପତିଙ୍କ ସମେତ ମନ୍ଦିରର ମୁଖ୍ୟ ପୂଜକ ଶ୍ରୀ ସୁରେନ୍ଦ୍ର ପଣ୍ଡା, ସୌଭାଗ୍ୟ ପଣ୍ଡା, ଅଜୟ କୁମାର ତି୍ରପାଠୀ, ନିରଞ୍ଜନ ସାହୁ, ରବୀନ୍ଦ୍ର ଲେଙ୍କା, ବାନାମ୍ବର ସେଠୀ, ନକୁଳ ପାଇକରାୟ, କୁମଳମଣି ସାହୁ, ଶିବ ଶଙ୍କର ବିଶ୍ୱାଳ, ଜଟାଧାରୀ ନାୟକ, ସୁଧୀର ବଳବନ୍ତରାୟ, ପ୍ରମୋଦ କୁମାର ସ୍ୱାଇଁ ଓ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଦ୍ୱାରିକାନାଥ ସ୍ୱାଇଁଙ୍କ ଫଟୋ ଚିତ୍ରରେ ଧୂପ ଧିପ ଓ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କର ସ୍ମ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ସ୍ୱାଇଁ ଜଣେ ବନ୍ଧୁ ବତ୍ସଳ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ଏହି ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଦରିଦ୍ର ନାରାୟଣ ମାନଙ୍କୁ ଫଳ ଓ ମିଠା ବଂଟନ କରାଯିବା ସହିତ ସଫେଇ କର୍ମଚାରୀ ମାନଙ୍କୁ ବସ୍ତ୍ର ଦାନ କରାଯାଇ ଥିଲା ।  ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *