କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲା ସ୍ତରୀୟ ଇ.ଚିନ୍ତନ ପ୍ରଶିକ୍ଷଣ ବର୍ଗ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମର ସଂଯୋଜକ ବୈଦ୍ୟନାଥ ଚାଟାର୍ଜୀଙ୍କ ସଂଯୋଜନାରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇ “ମୋଦୀଙ୍କ ନେତୃୃତ୍ୱାଧୀନ କେନ୍ଦ୍ର ସରକାରର ୭ବର୍ଷର ମୈାଳିକ ଓ ବୈଚାରିକ ଉପଲବ୍ଧି” ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଗତ ୭ବର୍ଷର ସ୍ୱଛ ଭାରତ ଅଭିଯାନ, ଉଜ୍ଜ୍ୱଳା ଯୋଜନା, ଜନଧନ ଯୋଜନା, ଗରୀବଙ୍କ ଖାଦ୍ୟାନ୍ନ ଯୋଜନା, ଗରୀବ କଲ୍ୟାଣ ଯୋଜନା, କୃଷି, ଶିକ୍ଷ. ସ୍ୱାସ୍ଥ୍ୟ, ସାମରିକ, ବୈଦେଶୀକ ବ୍ୟାପାର, ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଅବଗତ କରାଇବା ସହ ସାମ୍ପ୍ରତିକ କରୋନା ମହାମାରୀ ସଂଗ୍ରାମକୁ ମୋଦିଜୀ ସଫଳ ମୁକାବିଲା କରିବା ସହ ଅମ୍ଳଜାନ, ଭେଂଟିଲେଟର, ଆଇ.ସି.ୟୁ. ବେଡ, କୋଭିଡ ହସପଡିଟାଲ ଆଦି ଯୋଗାଇ ସମଗ୍ର ବିଶ୍ୱରେ କିର୍ତୀମାନ ସ୍ଥାପନ କରିଛନ୍ତି । ସେହିପରି ବିଶ୍ୱରେ ସର୍ବବୃହତ ଟୀକାକରଣ ଯୋଜନାରେ ପ୍ରାୟ ୩୦କୋଟି ଭାରତୀୟଙ୍କୁ ମାଗଣା ଟୀକା ପ୍ରଦାନ କରିବା ସହ ବିଶ୍ୱର ଅନେକ ଦେଶକୁ ଟୀକା ଯୋଗାଇ ଆଜି କେନ୍ଦ୍ର ସରକାର ସମଗ୍ର ବିଶ୍ୱରେ ଶ୍ରଦ୍ଧାର କେନ୍ଦ୍ର ପାଲଟିଛି । ସେହିପରି ଓଡିଶା ପ୍ରତି ମୋଦିଜୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ କେନ୍ଦ୍ରୀୟ ଅନୁଦାନର ବ୍ୟାପକତା ଓଡିଶାବାସୀଙ୍କ ପକ୍ଷରୁ ମୋଦୀଙ୍କ ସର୍ବାଧିକ ଲୋକପ୍ରିୟ କରାଇଥିବାର ଶ୍ରୀମତୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆଇ.ଟି.ସେଲ ସଂଯୋଜକ ମୁକ୍ତିକାନ୍ତ ସ୍ୱାଇଁ ପରିଚାଳନା କରିଥିବା ବେଳେ ଜିଲ୍ଲା ଟିମ,ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି,ସାଧାରଣ ସମ୍ପାଦକ, ସମସ୍ତ ମୋର୍ଚ୍ଚାର ସଭାପତି ଓ ସମ୍ପାଦକ, ବିଜେପିର ସମସ୍ତ ନିର୍ବାଚିତ ଜିଲ୍ଲା ପରିଷଦର ସଭ୍ୟସଭ୍ୟା, ସରପ,ସମିତିସଭ୍ୟଙ୍କ ସମେତ ବରିଷ୍ଠ କାର୍ଯ୍ୟକର୍ତାମାନେ ଯୋଗଦେଇଥିଲେ । ଶେଷରେ ସାଧାରଣ ସମ୍ପାଦକ ଅଭିମନୁ୍ୟ ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର