Friday , September 29 2023
Breaking News
Home / ଶିକ୍ଷା / ପାରାଦୀପ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ୱେବିନାର ଅନୁଷ୍ଠିତ

ପାରାଦୀପ କଲେଜ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ୱେବିନାର ଅନୁଷ୍ଠିତ

ପାରାଦ୍ୱୀପ ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ପାରାଦୀପ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟବକ୍ତା ଭାବେ ଆଇଏମଏମଟି ର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ତଥା ଶିକ୍ଷ ଓ ଅନୁସନ୍ଧାନ ବିଶ୍ୱ ବିଦ୍ୟାଳୟର ପ୍ରମୁଖ ବୈଜ୍ଞାନିକ ପ୍ରଫେସର ଡଃ କୁଳମଣି ପରିଡା ଯୋଗଦେଇ “ ନାନୋ ସାଇନ୍ସ ଓ ନାନୋ ଟେକନୋଲୋଜି” ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନଗୋ ଉଦଘାଟନ କରିଥିବା ବେଳେ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟା ଡଃ ସସ୍ମିତା ଶତପଥି ବିଷୟ ସଂପର୍କରେ ପ୍ରାରମ୍ଭିକ ସୁଚନା ଦେଇଥିଲେ । ଅଧ୍ୟାପକ ସଂଗ୍ରାମ କେଶରୀ ପରିଡା ଆଜିର ସମ୍ମିଳନୀରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଅଭିଲିପସା ଦାସ ପ୍ରଶ୍ନୋତର କାର୍ଯ୍ୟକ୍ରମ ପରିଚାଳନା ଭାର ଗ୍ରହଣ କରିଥିଲେ । ଶେଷରେ ଅଧ୍ୟାପିକା ଡ଼ଃ ସୁଜାତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ସମ୍ମିଳନୀରେ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *