ପାରାଦ୍ୱୀପ ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ବନ୍ଦର ତଥା ଶିଳ୍ପ ସହର ପାରାଦ୍ୱୀପର ଏକ ଗୁରୁତ୍ୱପୂର୍ଣ୍ଣ ଥାନା ହେଉଛି ପାରାଦ୍ୱୀପ ଆଦର୍ଶ ଥାନା । ତେବେ ଇତି ମଧ୍ୟରେ ଜଗତସିଂହପୁର ଜିଲ୍ଲା ପୋଲିସ ବିଭାଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ବିଭିନ୍ନ ଥାନା ଅଧିକାରୀ ମାନଙ୍କ ପରିବର୍ତନ ହୋଇଛି । ନିକଟରେ ଜାରୀ ହୋଇଥିବା ନିର୍ଦ୍ଧେଶନାନା ଅନୁଯାୟୀ ପାରାଦ୍ୱୀପରେ ସଫଳତା ସହ କାର୍ଯ୍ୟ କରିଥିବାଥାନାଧିକାରୀ ରଜନୀକାନ୍ତ ସମାଲ ଙ୍କ ଡିଏସପି ପାହ୍ୟାକୁ ପଦୋନ୍ନତି ହୋଇ ଜଗତସିଂହପୁର ଜିଲ୍ଲା ଏସପି ଅଫିସକୁ ବଦଳି ହୋଇଥିବା ବେଳେ ଜଗତସିଂହପୁର ଥାନାର ଆଇଆଇସି ରଜନୀକାନ୍ତ ମିଶ୍ର ରବିବାର ଦିନ ପାରାଦ୍ୱୀପ ଆଦର୍ଶ ଥାନାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେହିପରି ପାରାଦ୍ୱୀପ ଲକ୍ ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ ଜଗତସିଂହପୁର ଥାନା, ତୈଳ ବିଶୋଧନାଗାର ଅଭୟଚାନ୍ଦପୁର ଥାନା ଅଧିକାରୀ ଯୁଗଳ କିଶୋର ଦାସଙ୍କୁ ପାରାଦ୍ୱୀପ ଲକ ଥାନା, ପାରାଦ୍ୱୀପ ମେରାଇନ୍ ଥାନାର ପ୍ରଦୁ୍ୟମ୍ନ କିଶୋର ବେହେରାଙ୍କୁ ଅଭୟଚାନ୍ଦପୁର ଥାନା, ଜିଲ୍ଲା ପୋଲିସ ମୁଖ୍ୟାଳୟର କିଶୋର କୁମାର ତରାଇଙ୍କୁ ପାରାଦ୍ୱୀପ ମେରାଇନ୍ ଥାନା ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ଓଡ଼ିଶା ସମାଚାର
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …