Saturday , April 1 2023
Breaking News
Home / ତାଜା ଖବର / ତାଜା ଖବର : ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ତାଜା ଖବର : ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ଝାରସୁଗୁଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ଼ ଧୃବରାଜ ନାୟକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ଯୁବକ ମଦ ପିଇ ପୂର୍ବତନ କୁଳପତି ଧୃବରାଜ ନାୟକଙ୍କ ଘରେ ପଶି ମାତାଲ ଅବସ୍ଥାରେ ଧୃବରାଜଙ୍କୁ ଶହେ ଟଙ୍କା ମାଗିଥିଲା । ତେବେ ସେ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା ।  ଉକ୍ତ ଯୁବକ ହୋଇ ଟାଙ୍ଗିଆରେ ଶ୍ରୀ ନାୟକଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।   ଅଭିଯୁକ୍ତ ଯୁବକ କୁ ପୋଲିସ ଅଟକ ରଖିଛି। ଡ଼ ନାୟକ ଙ୍କ ଭାଇ ଙ୍କ ସୂଚନା ଅନୁସାରେ ଅଭିଯୁକ୍ତ ଯୁବକ ସେହି ପଡ଼ାର ଯୁବକ । ଓଡ଼ିଶା ସମାଚାର

Leave a Reply

Your email address will not be published.