Monday , December 6 2021
Breaking News
Home / ବିଶେଷ / ତରିତୋ ପଂଚାୟତ ପ୍ରାକ୍ତନ ସରପଞ୍ଚ ଙ୍କ ବିୟୋଗ

ତରିତୋ ପଂଚାୟତ ପ୍ରାକ୍ତନ ସରପଞ୍ଚ ଙ୍କ ବିୟୋଗ

ସାଲେପୁର, ୨୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା ) – ତରିତୋ ପଂଚାୟତ ର ପୂର୍ବତନ ସରପଞ୍ଚ, ଚିତ୍ରୋତ୍ପଳା ସାଇଫୋନ ସେତୁ ଆନ୍ଦୋଳନ ର ଅନ୍ୟତମ ସଦସ୍ୟ ପ୍ରସନ୍ନ କୁମାର ସ୍ୱାଇଁ ଙ୍କ ର ୮୧ବର୍ଷ ବୟସ ରେ ବୁରୁଡ଼ା ବାସଭବନ ରେ ପରଲୋକ ହୋଇଯାଇଛି. । ସେ ଜଣେ ମିଷ୍ଟଭାଷି, ଲୋକପ୍ରିୟ ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗ ରେ ସ୍ଥାନୀୟ ସରପଞ୍ଚ ସୁଜାତା ପଣ୍ଡା, ପ୍ରାକ୍ତନ ସରପଞ୍ଚ ଧ୍ରୁବ ଚରଣ ମହାନ୍ତି,ସୁକାନ୍ତ ବେହେରା, ରତିକାନ୍ତ ସାହୁ, ସେକ ସଲାଉଦ୍ଦିନଖାଁ, ବସନ୍ତ ପ୍ରଧନ, ନବକିଶୋର ପ୍ରଧାନ, ୱାର୍ଡ ସଭ୍ୟ ଶାନ୍ତିଲତା ଭୋଇ, ସମାଜସେବୀ ତ୍ରୈଲୋକ୍ୟ ପଣ୍ଡାପ୍ରମୁଖ ଶୋକ ପ୍ରକାଶ କରି ଛନ୍ତି । ପୁତୁରା ଅଶୋକ କୁମାର ସ୍ୱାଇଁ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ସମୟରେ ସମସ୍ତ ପବରବର୍ଗ ଓ ଆତ୍ମୀୟ ଉପସ୍ଥିତ ଥିଲେ. । ତାଙ୍କ ବିୟୋଗ ରେ ବରିଷ୍ଠ ସାମ୍ୱାଦିକ ଅଭୟ ଜେନା ଗଭୀର ଶୋକ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପଂଚାୟତିରାଜ ବ୍ୟବସ୍ଥାରେ ମନମାନୀ : ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତା ଓ ଅଧିକାରକୁ ଫୁ

ଅଦୃଶ୍ୟ ଶକ୍ତିଙ୍କ ଗୁପ୍ତ ଚିଠାରେ ହେଉଛି ବିଭିନ୍ନ ପ୍ରକଳ୍ପ ଚୟନ ଓ ଅନୁମୋଦନ କେନ୍ଦ୍ରାପଡ଼ା, ୦୫/୧୨/୨୦୨୧(ଓଡ଼ିଶା ସମାଚାର)-ଗ୍ରାମାଂଚଳ ର ବିକାଶ …

Leave a Reply

Your email address will not be published. Required fields are marked *