ତାରପୁର, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ତହସିଲ ଅନ୍ତର୍ଗତ ରେଢୁଆ ଗ୍ରାମରେ ଗତକାଲି ରାତ୍ରିରେ ସ୍ୱର୍ଗତ ପ୍ରଫୁଲ ରାଉତଙ୍କ ସ୍ତ୍ରୀ ଶାନ୍ତିଲତା ରାଉତଙ୍କ ଗୁହାଳଘରେ ମଶା ଧୂଆଁରୁ ନିଆଁ ଲାଗି ଗୁହାଳଟି ଜଳିଯାଇଥିଲା । ନିଆଁ ଜଳୁଥିବା ଗୁହାଳ ଭିତରେ ଶାନ୍ତିଲତା ପଶିଯାଇ ଗୋରୁ ଗୁଡିଙ୍କୁ ଉଦ୍ଧାର କରିଥିଲେ । ପାଂଚଗୋଟି ଗୋରୁ ଏହି ଅଗ୍ନିକାଣ୍ଡରେ ପୋଡି ଯାଇ ଗୁରୁତର ଆହତ ହୋଇଥିବା ବେଳେ ଶାନ୍ତିଲତା ମଧ୍ୟ ଏହି ନିଆଁରେ ପୋଡିହୋଇ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ରଘୁନାଥପୁର ଅଗ୍ନିଶମ ଦଳ ପହଂଚି ନିଆଁକୁ ଲିଭାଇଥିଲେ । ଓଡ଼ିଶା ସମାଚାର