Friday , September 22 2023
Breaking News
Home / ବିଶେଷ / କୋଭିଡ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ,ସେମାନଙ୍କ ପରିବାର ପାଖରେ ଖାଦ୍ୟ ସାମଗ୍ରୀ ପହଂଚାଇଲେ ସାମ୍ବାଦିକ ମାନେ

କୋଭିଡ ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇ,ସେମାନଙ୍କ ପରିବାର ପାଖରେ ଖାଦ୍ୟ ସାମଗ୍ରୀ ପହଂଚାଇଲେ ସାମ୍ବାଦିକ ମାନେ

ମାହାଙ୍ଗା , ୨୭/୦୬/୨୦୨୧ (ଓଡିଶା ସମାଚାର/ ଅଭୟ ଜେନା ) -ମାହାଙ୍ଗା ପ୍ରେସକ୍ଲବ ପକ୍ଷରୁ ଶନିବାର ଅପରାହ୍ନରେ ଆଉ ଏକ ସେବା ମୂଳକ କାର୍ୟ୍ୟ ସମ୍ପନ୍ନ ହୋଇପାରିଛି । ଗଣମାଧ୍ୟମର ପ୍ରତିନିଧି ମାନେ କରୋନା ଭଳି ମହାମାରୀଙ୍କୁ ଭ୍ରୁକ୍ଷେପ ନକରି ସେବା ଓ ସାହାଯ୍ୟ ପାଇଁ ଆଗେଇ ଆସିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । ଏକ ଦଳିତ ପରିବାରର ୨ ଜଣ ସଦସ୍ୟ ଅର୍ଥାତ ମାଆ ଓ ପୁଅ କୋଭିଡ ପଜେଟିଭି ବୋଲି ଚିହ୍ନଟ ପରେ ଉଭୟେ ହସ୍ପିଟାଲ ନଯାଇ ଘରେ ଅସୁସ୍ଥ ଅବସ୍ଥାରେ ପଡିରହିଥିବା ସୂଚନା ମିଳିଥିଲା । ସେମାନଙ୍କୁ କିପରି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ସାନିଟାରୀ ସାମଗ୍ରୀ ପହଂଚିବ, ସାମ୍ବାଦିକ ମାନଙ୍କ ପାଇଁ ଏହାଥିଲା ବଡ଼ ଆହ୍ୱାନ ।
କଟକ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ତଥା ମାହାଙ୍ଗା ପ୍ରେସକ୍ଲବ ସଭାପତି ଅଖିଳେଶ ମହାନ୍ତିଙ୍କ ନେତୃତ୍ୱରେ ସଂଘର ଯୁବ ସଦସ୍ୟ ବିଜୟ ଯେନା, ବିବେକାନନ୍ଦ ଦାସ, ରଶ୍ମି ରଞ୍ଜନ ମହାନ୍ତି, ହେମନ୍ତ ଦାସ, ତୁଷାର ଜ୍ୟୋତି ନାୟକ, ଦିବାକର ରାଉତ, ହରିହର ସାହୁ, ମହେଶ୍ୱର ବେହେରା, ଅଚ୍ୟୁତାନନ୍ଦ ନାୟକ, ଅରୁଣ ଲେଙ୍କା, ଇତିକାନ୍ତ ମହାନ୍ତି,ସୁରେଶ ବଳ, ଅଭିମନ୍ୟୁ ନାୟକ, ରଞ୍ଜନ ବାରିକ, ଦାମୋଦର ପରିଡା ପ୍ରମୁଖ କୁସୁପୁର ପଞ୍ଚାୟତର ବାଗସରପୁର ଗାଁରେ ପହଂଚି ଥିଲେ । ଏହି ଦଳିତ ବସ୍ତିର ଦିଲୀପ ଯେନା ଓ ତାଙ୍କ ମାଆ ବାସନ୍ତୀ ଯେନା କୋଭିଡ ଆକ୍ରାନ୍ତ ଥିବାରୁ ପ୍ରଥମେ ମାହାଙ୍ଗା ମେଡିକାଲକୁ ଯୋଗାଯୋଗ ପରେ ଆମ୍ବୁଲାନ୍ସ ସହାୟତାରେ ଉଭୟଙ୍କୁ ଚିଦାନନ୍ଦ ମିଶନ ହସ୍ପିଟାଲ ମୂଳବସନ୍ତକୁ ପଠାଇ ଦିଆଯାଇଥିଲା ।
ସାମ୍ବାଦିକ ମାନେ କେବଳ ଏଭଳି ଏକ ଅସହାୟ ଦଳିତ ପରିବାର ପାଇଁ ଏତିକି କାମକରି ଅଟକି ଯାଇନଥିଲେ । ବରଂ ସେମାନଙ୍କ ଚଳିବା ପାଇଁ କିଛି ଚାଉଳ, ଚୁଡା,ମୁଡି, ଡାଲି, ଆଳୁ, ତେଲ, ବିସ୍କୁଟ ଏବଂ ସାନିଟାରୀ ସାମଗ୍ରୀ ଯୋଗାଇଦେଇ ଥିଲେ ।
ସାମ୍ବାଦିକ ମାନଙ୍କ ଦ୍ୱାରା ଏଭଳି ସେବା ମୂଳକ କାର୍ୟ୍ୟକ୍ରମ ଏକ ଉଦାହରଣ ସୃଷ୍ଟି କରିପାରିଥିବାରୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମାନେ ସେମାନଙ୍କ ଦାୟୀତ୍ୱବୋଧକୁ ବେଶ ପ୍ରଶଂସା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *