Friday , September 29 2023
Breaking News
Home / ରାଜନୀତି / କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରନ୍ଟ ପକ୍ଷରୁ ୪ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ

କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରନ୍ଟ ପକ୍ଷରୁ ୪ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ

କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରନ୍ଟ ପକ୍ଷରୁ ଦଳ ପକ୍ଷରୁ ନିଯୁକ୍ତ ୪ଜଣ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ କରାଯାଇଛି । ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କୁ କନ୍ଧମାଳ ଜିଲ୍ଲା ପାଇଁ, ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଜିଲ୍ଲା ପାଇଁ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡା ଜିଲ୍ଲା ପାଇଁ ଏବଂ ଦେବାଶିଷ ସାମନ୍ତରାୟଙ୍କୁ କେନ୍ଦ୍ରାପଡା ଜିଲ୍ଲା ନିମନ୍ତେ ବିଜେଡି ପକ୍ଷରୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଥିବାରୁ ସମସ୍ତ ପର୍ଯ୍ୟବେକ୍ଷକଙ୍କୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲ ଫ୍ରନ୍ଟ ପକ୍ଷରୁ ସ୍ୱାଗତ କରାଯିବା ସହିତ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ନିଯୁକ୍ତି ପାଇଁ ରାଜ୍ୟ ବିଜେଡି ଲିଗାଲ ଫ୍ରନ୍ଟର ସଭ୍ୟ ସଞ୍ଜୟ କୁମାର ଜେନା, ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ବରିଷ୍ଠ ଆଇନଜୀବି ଗଗନବିହାରୀ ଜେନା, ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଧିନ, ଭୀମସେନ ଭୁୟାଁ, ଗୋବର୍ଦ୍ଧନ ରାଉତ, ନିରଞ୍ଜନ ବଳ, ରମାକାନ୍ତ ସ୍ୱାଇଁ, ମାନସରଞ୍ଜନ ଧଳ, ଦୀନେଶରାଜ ସିଂ, ହାଡିବନ୍ଧୁ ସିଂ, ସ୍ମୃତିରଞ୍ଜନ ସିଂ, ବ୍ରଜ ରାଉତ, ନିହାର ମହାପାତ୍ର, ସୁରେଶ ନାୟକ, ଇତିହାସ ଲେଙ୍କା, ପ୍ରଦୁ୍ୟମ୍ନ ସାମନ୍ତରାୟ, ମନୋଜ ସାହୁ, ନିରାକାର ପ୍ରଧାନ, ରଞ୍ଜନ ପଣ୍ଡା ପ୍ରମୁଖ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *