କେନ୍ଦ୍ରାପଡ଼ା, ୨୭/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ବିଜୁଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କେନ୍ଦ୍ରାପଡା ଜିଲ୍ଲାରୁ ୨ଜଣ ବିଧାୟକଙ୍କୁ ବିଜେଡି ପକ୍ଷରୁ ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଗଜପତି ଓ ରାୟଗଡା ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଦାୟୀତ୍ୱ ପ୍ରଦାନ କରାଯାଇଥିବା ବେଳେ ଆଳି ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ବାଲେଶ୍ୱର ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ଦାୟୀତ୍ୱ ନ୍ୟସ୍ତ କରାଯାଇଛି । ଏନେଇ ସାରା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ଉକôଣ୍ଠା ପ୍ରକାଶ ପାଇଛି । ଏହି ନିଯୁକ୍ତିକୁ ନେଇ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ମମତାରାଣୀ ଧଳ, ପୂର୍ବତନ ପୌରାଧ୍ୟକ୍ଷ ଧିରେନ ସାହୁ, ରୋସ୍ନôା ସାହୁ, ବିଜେଡି ଶ୍ରମିକ ସାମ୍ମୁଖ୍ୟର ଅଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧି ଦୁର୍ଗାଶିଷ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ଶ୍ରୀକାନ୍ତ ପଣ୍ଡା, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ରାଜ୍ୟ ଯୁବ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଦେବଦାସ ମହାନ୍ତି, ସେକ ଇନାୟତ(ଚନ୍ଦନ), ସେକ ନିୟାଜ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଦୀନବନ୍ଧୁ ନାୟକ, ରଞ୍ଜିତ ସାହୁ, ଛାତ୍ରନେତା ପ୍ରଦୀପ କୁମାର ସାହୁ, ବିଜୟ କୁମାର ମଣ୍ଡଳ, ଦେବାଶିଷ କୁବେର, ସ୍ନେହପ୍ରଭା ତ୍ରିପାଠୀ, ଶକ୍ତିକାନ୍ତ ପାତ୍ର, ସାହେବ ସାହିଲ ରାଉତ, ଅମିତ କୁମାର ସ୍ୱାଇଁ, ଦେବେନ୍ଦ୍ର ରାଉତ,ସବିତା ସାହୁ, ମାନସ ଦାସ, ନଗର ବିଜେଡି ସଭାପତି ଯଯାତୀ କେଶରୀ ମହାନ୍ତି ପ୍ରମୁଖ ୨ ବିଧାୟକଙ୍କୁ ଅଭିନନ୍ଦନ ଜଣାଇବା ସହିତ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର