କନ୍ଧମାଳ, ୨୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ଜିଲ୍ଲା ମହିଳା ସଭାପତି ମାନଙ୍କ ନାମ ଘୋଷଣା କରିଛନ୍ତି। ସେଥି ମଧ୍ୟରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ଭାବେ ପୁନମ କହଁର ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ ସେ ଜିଲ୍ଲାର ଉପସଭାପତି ଭାବେ ଥିଲେ। ପୁନମ ଙ୍କୁ କନ୍ଧମାଳ ଜିଲ୍ଲାର ସଭାପତି ଦାୟିତ୍ୱ ଦେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ମାନ୍ୟବର ସାଂସଦ ଅଚ୍ୟୁତ ସାମନ୍ତ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର, ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଏବଂ ଜିଲ୍ଲାର ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ଓଡିଶା ସମାଚାର
Check Also
କନ୍ଧମାଳ ଜିଲ୍ଲା ବିଜେପି ତରଫରୁ କଳା ଦିବସ ପାଳନ
କନ୍ଧମାଳ,୨୫/୦୬/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟଳୟ ଠାରେ ଜିଲ୍ଲା ବିଜେପି ଦଳ …