ଭୁବନେଶ୍ୱର,୨୭/୦୬/୨୦୨୧(ଓଡ଼ିଶା ସମାଚାର)- ଆଇଏସ୍ ସ୍ତରରେ ଏକ ବଡ଼ ଧରଣର ବଦଳି ହୋଇଛି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇଏସ୍ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡଙଊଉ) ର ମୁଖ୍ୟ କାର୍ୟ୍ୟନିବାହୀ ଅଧିକାରୀ ଭାବେ ବଦଳି ହୋଇଛି ।
ସେହିପରି ମାଲକାନଗିରି ଜିଲ୍ଲାପାଳ ଡ. ୱାଇ ବିଜୟଙ୍କୁ ପଶୁସଂପଦ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇ ତାଙ୍କ ସ୍ଥାନରେ ବିଶାଲ୍ ସିଂହଙ୍କୁ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ମୋନୀଷା ବାନାର୍ଜୀଙ୍କୁ ବରଗଡ଼ ଜିଲ୍ଲାପାଳ ଓ ଲିଙ୍ଗରାଜ ପଣ୍ଡାଙ୍କୁ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଅବୋଲି ସୁନୀଲ ନରଭଣେଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।
୍ଣସହିପରି ଅନୁପମ ଶାହାଙ୍କୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଭୂପିନ୍ଦର ସିଂହଙ୍କୁ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର