Tuesday , December 6 2022
Home / ବିଶେଷ / ସାଲେପୁର ଅବକାରୀ ବିଭାଗ ରେ ଅଚଳାବସ୍ଥା : ଚୋରା ମଦ କାରବାର ବୃଦ୍ଧି

ସାଲେପୁର ଅବକାରୀ ବିଭାଗ ରେ ଅଚଳାବସ୍ଥା : ଚୋରା ମଦ କାରବାର ବୃଦ୍ଧି

ସାଲେପୁର,୨୬/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ସାଲେପୁର ଅବକାରୀ ବିଭାଗ ଏବେ ଚେଇଁ ଶୋଇଛି ।  ଚୋରା ମଦ, ଗଂଜେଇ, ଭାଙ୍ଗ, ଅଫିମ ଆଦି ନିଶାଦ୍ରବ୍ୟ ଅବାଧ ରେ ଓ ଖୁଲମ ଖୁଲା ବିକ୍ରି ଚାଲିଥିଲେ ହେଁ ଧରପଗଡ଼ ହେଉନାହିଁ । ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଳ ଥାନା ଅଞ୍ଚଳ ରେ ନାମକୁ ମାତ୍ର ଚଢ଼ାଉ କରାଯାଇ ପରେ ଛାଡି଼ ଦିଆଯାଉ ଥିବାରୁ ସେମାନେ ପୁନର୍ବାର ଏହି  କାରବାର  ଚଳାଉ ଥିବା ଅଭିଯୋଗ ହେଉଛି । ଏପରିକି  କରୋନା ସଟଡାଉନ ସମୟରେ ମଧ୍ୟ ମଦ ଦୋକାନ ଖୋଲା ଯାଇ ବିକ୍ରି ହେଉଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭାଗୀୟ  ଉଚ୍ଚ କର୍ତୃପକ୍ଷ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.