କେନ୍ଦ୍ରାପଡ଼ା, ୨୬/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର ଶ୍ରୀଦଧିବାମନଜୀଉଙ୍କ ମନ୍ଦିରରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ପ୍ରଭୁଙ୍କ ସ୍ନାନଯାତ୍ରା ରିତିନୀତି କୋଭିଡ ନିୟମ ଅନୁପାଳନ ପୂର୍ବକ ସମ୍ପର୍ଣ୍ଣ ହୋଇଯାଇଛି । ପ୍ରଥମେ ସକାଳେ ମଙ୍ଗଳ ଆରତୀ କରାଯାଇ ରିତିନୀତି ସମ୍ପର୍ଣ୍ଣ ପରେ ପ୍ରଭୁ ଶ୍ରୀବଳଦେବ, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନଚକ୍ରଙ୍କୁ ପହଣ୍ଡି କରାଯାଇ ଦେଉଳରୁ ସ୍ନାନମଣ୍ଡପକୁ ବିଜେ କରାଯାଇଥିଲା । ସା୍ନନ ମଣ୍ଡପରେ ଜୟମଙ୍ଗଳ ଆଳତୀ, ନୀତିସ୍ନାନ, ବଲ୍ଲଭ ମଣୋହୀ, ମଙ୍ଗଳାର୍ପଣ ଆଦି ନୀତି ସମ୍ପନ୍ନ ପରେ ଶ୍ରୀଦଧିବାମନଜୀଉଙ୍କୁ ସ୍ନାନ କରାଯାଇଥିଲା । ଏହାପରେ ଶ୍ରୀଜୀଉମାନଙ୍କୁ ଗଜାନନ ବେଶ କରାଯାଇ ଖେଚୁଡି ଧୂପ ନୀତି ସମ୍ପର୍ଣ୍ଣ କରାଯାଇଥିଲା । ଏହାପରେ ପ୍ରଭୁ ଶ୍ରୀଜୀଉମାନଙ୍କୁ ପହଣ୍ଡି କରାଯାଇ ଅଣବସର ଗୃହକୁ ନିଆଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରବୋଧ କୁମାର ଦାସ, ବିଜୟ କୁମାର ଦାସ, ଅଲେଖ ପ୍ରସାଦ ଦାସ,ଶ୍ରୀଚରଣ ବେହେରା,ଆକୁଳି ଚରଣ ବେହେରା ପ୍ରମୁଖ ପରିଚାଳନା କରିଥରବା ବେଳେ ପୂଜକ ଅଧିକାରୀ ରାଜେନ୍ଦ୍ର ଚନ୍ଦ୍ର ଦାଶ, ଅଧିକାରୀ ରସାନନ୍ଦ ଦାଶ, ସରୋଜକାନ୍ତ ପତି ପ୍ରମୁଖ ଶ୍ରୀଜୀଉମାନଙ୍କୁ ପହଣ୍ଡି ବିଜେ କରାଇଥିଲେ । ଓଡ଼ିଶା ସମାଚାର