ଭୁବନେଶ୍ୱର, ୨୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରାଙ୍କ ୪୨ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ରାଜଧାନୀ ଡାକ୍ତରଖାନା ରକ୍ତ ଭଣ୍ଡାରରେ ଅନୁଷ୍ଠିତହୋଇ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର୍ ସଭାପତି ସଂଗ୍ରାମ ପାଇକରାୟ ଉଦଘାଟନ କରିଥିଲା ବେଳେ ରକ୍ତଭଣ୍ଡା ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଐତିହ ସୁରକ୍ଷା ମଞ୍ଚର ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ମିଶନ ରକ୍ତଦାନ ଅଭିଯାନର ଆବାହକ ନିରଞ୍ଜନ ପଟ୍ଟନାୟକ,ହରପ୍ରସାଦ ମହାପାତ୍ର,ଚନ୍ଦ୍ରକାନ୍ତ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ଏପରି ମହତ କାର୍ଯ୍ୟକରି ନିଆରା ଢଙ୍ଗରେ ଜନ୍ମଦିନ ପାଳନକୁ ସମସ୍ତ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି । ଓଡ଼ିଶା ସମାଚାର