Monday , March 27 2023
Breaking News
Home / ତାଜା ଖବର / ମହିଳାଙ୍କୁ ଗଳାକାଟି ହତ୍ୟା – ୪ ବର୍ଷର ଆହତ ଶିଶୁପୁତ୍ର ଉଦ୍ଧାର

ମହିଳାଙ୍କୁ ଗଳାକାଟି ହତ୍ୟା – ୪ ବର୍ଷର ଆହତ ଶିଶୁପୁତ୍ର ଉଦ୍ଧାର

କେନ୍ଦ୍ରାପଡ଼ା ୨୬/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ କଣ୍ଡରାପାଟିଆ ଲୁଣା ଜଙ୍ଗଲ ନିକଟରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ଗଳାକାଟି ହତ୍ୟା କରାଯିବା ସହିତ ତାଙ୍କର ଏକ ୪ ବର୍ଷର ଶିଶୁ ପୁତ୍ରକୁ ମଧ୍ୟ ଆକ୍ରମଣ କରାଯାଇଥିବା ଦେଖାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ଗଳାକାଟି ହତ୍ୟା କରାଯାଇଥିବା ରକ୍ତ ଜୁଡ଼ୁବୁଡ଼ୁ ମହିଳାଙ୍କ ମୃତ ଦେହ କଣ୍ଡରାପାଟିଆ ଲୁଣା ଜଙ୍ଗଲ ନିକଟରେ ରାସ୍ତା କଡ଼ରେ ପଡ଼ିଥିବା ଓ ପାଖରେ ଆହତ ଅବସ୍ଥାରେ ୪ ବର୍ଷର ଶିଶୁ ପୁତ୍ର କୁ ଲୋକମାନେ ଦେଖି ପୋଲିସ କୁ ଖବର ଦେଇଥିଲେ । ପୋଲିସ ପହଂଚି ମହିଳାଙ୍କ ମୃତ ଦେହ ଜବତ କରିବା ସହିତ ଆହତ ଶିଶୁ ପୁତ୍ରକୁ ହସପିଟାଲ କୁ ନେଇଥିଲେ । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ସେ ମହିଳା ଏଠାକୁ କିପରି ଓ କାହିଁକି ଆସିଲେ ତାହା ମଧ୍ୟ କିଛି ଜଣାପଡ଼ିନାହିଁ । ମହିଳାଙ୍କ ବେକରେ ଗଭୀର କ୍ଷତ ରହିଛି । ମହିଳାଙ୍କ ଗଳା କାଟି ହତ୍ୟା କରାଯାଇଛି । ଗଳାକଟା ଫଟୋ ଥିଲେ ମଧ୍ୟ ସେ ବିଭତ୍ସ ଦୃଶ୍ୟ ଦେଖାଇ ହେବ ନାହିଁ । ଜମ୍ବୁ ସାମୁଦ୍ରିକ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published.