Friday , September 22 2023
Breaking News
Home / ବିଶେଷ / ମନସା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବନ୍ଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସମ୍ମାନୀତ

ମନସା ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ବନ୍ଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସମ୍ମାନୀତ

ପାରାଦ୍ୱୀପ ୨୬/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ବିନିତ କୁମାର ଏବଂ ଉପାଧ୍ୟକ୍ଷ ଏ.କେ ବୋଷ ଙ୍କୁ ମନସା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ବନ୍ଦର ପ୍ରଶାସନିକ ଭବନ ପରିସରରେ ସମ୍ମାନୀତ କରାଯାଇଥିଲା । ଟ୍ରଷ୍ଟର କୋଷାଧ୍ୟକ୍ଷ ନରସିଂହ ଅଗସ୍ତି ଓ ଆଇନ ପରାମର୍ଶଦାତା କୈଳାଶ ଚନ୍ଦ୍ର ସାହୁ ଉଭୟ ଅତିଥିଙ୍କୁ ଉତରୀୟ ପ୍ରଦାନ କରି ସମ୍ମାନୀତ କରିଥିଲେ । କରୋନା ପ୍ରବଣ ବନ୍ଦର ସହର ରେ କୋଭିଡ୍-୧୯ ବିସ୍ତାର ର ମୁକାବିଲା କରିବାରେ ବନ୍ଦର ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ଭୂମିକାକୁ ଟ୍ରଷ୍ଟ ପ୍ରଶଂସା କରିବା ସହ ଫ୍ଲେକ୍ସ ଆକାରରେ ଏକ ଦସ୍ତଖତ ଅଭିଯାନ ଉପହାର ଅତିଥିମାନଙ୍କୁ ପ୍ରଦାନ କରାଯାଇଥିଲା । ଯେଉଁଥିରେ ସ୍ଥାନୀୟ ଜନସାଧାରଣ ବନ୍ଦର କର୍ତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ କୋଭିଡ୍-୧୯ ପରିସ୍ଥିତିର ମୁକାବିଲା କରିବାରେ ସାହାଯ୍ୟ ଓ ସହଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର ଶ୍ରୀମନ ମିଶ୍ର, ପ୍ରବୀର କୁମାର ସାହୁ, ବିପ୍ଳବ କୁମାର ଜେନା, ଅକ୍ଷୟ ଚନ୍ଦ୍ର ମିଶ୍ର, ଗୋବିନ୍ଦ ମିଶ୍ର, ଉପସ୍ଥିତ ରହି ଏହି କାର୍ୟ୍ୟକ୍ରମ ରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *