Tuesday , October 3 2023
Breaking News
Home / ଶିକ୍ଷା / ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନ,୨୬/୦୬/୨୦୨୧(ଓଡ଼ିଶା ସମାଚାର)- ଭୁବନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ବ୍ରହ୍ମ୍ରୋତ୍ରୀ ବିଶ୍ୱାଳ ଢେଙ୍କାନାଳ ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟକୁ ବଦଳି ହୋଇଛନ୍ତି । ଏଥିନିମନ୍ତେ ଶ୍ରୀମତୀ ବିଶ୍ୱାଳ ଙ୍କ ଉଦ୍ଧେଶ୍ୟରେ ବିଦ୍ୟାଳୟ ପରିସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ‘ମୋ ସ୍କୁଲ ଅଭିଯାନ’ର ସଭାପତି ପ୍ରଭାସ କୁମାର ସେନାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶିକ୍ଷକ ଦିଲ୍ଲୀପ କୁମାର ତ୍ରିପାଠୀ,ଗଣେଶ୍ୱର ବେହେରା,ଗଣେଶ୍ୱର ଦାସ,ଜୟତି ନାୟକ,ପ୍ରମୋଦ ମହାନ୍ତି ଙ୍କ ସମେତ ପୁରାତନ ଛାତ୍ର ତଥା ମୋ ସ୍କୁଲ ଆବାହକ ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଧାନଶିକ୍ଷକ ଶ୍ରୀମତୀ ବିଶ୍ୱାଳ ଙ୍କ ସମୟରେ ସ୍କୁଲରେ ହୋଇଥିବା ଉଲ୍ଲେଖନୀୟ ସଫଳତା ବର୍ଣ୍ଣନା କରିବା ସହିତ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଶ୍ରୀମତୀ ବିଶ୍ୱାଳ ଭୁବନବାସୀଙ୍କ ସ୍ନେହ.ଶ୍ରଦ୍ଧା ଅଭୂଲାସ୍ମୃତି ହୋଇ ରହିବ ବୋଲି ଭାବବିହ୍ୱଳ ହୋଇ କହିଥିଲେ । ଶେଷରେ ପୁରାତନ ଛାତ୍ର ଓ ଶିକ୍ଷକ ମାନଙ୍କ ତରଫରୁ ଶ୍ରୀମତୀ ବିଶ୍ୱାଳଙ୍କୁ ଉତରୀୟ,ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହିତ ଉପହାର ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *