Monday , December 6 2021
Breaking News
Home / ବିଶେଷ / ଜିଲ୍ଲା ପ୍ରଶାସନ ଦ୍ୱାରା ବରିଷ୍ଠ ରାଜସ୍ୱ ସହାୟକ ଓ ସେକସନ ଅଫିସରଙ୍କ ବେନିୟମ ବଦଳିକୁ ବଦଳାଗଲା

ଜିଲ୍ଲା ପ୍ରଶାସନ ଦ୍ୱାରା ବରିଷ୍ଠ ରାଜସ୍ୱ ସହାୟକ ଓ ସେକସନ ଅଫିସରଙ୍କ ବେନିୟମ ବଦଳିକୁ ବଦଳାଗଲା

କେନ୍ଦ୍ରାପଡ଼ା,୨୬/୦୬/୨୦୨୧(ଓଡ଼ିଶା ସମାଚାର)-ଜିଲ୍ଲା ପ୍ରଶାସନ ଦ୍ୱାରା ଗତ ୧୪ତାରିଖରେ ନିର୍ଦେଶନାମା ନମ୍ବର-୪୨୬ରେ ଜିଲ୍ଲାର ବିଭିନ୍ନ ତହସିଲ, ବ୍ଲକ ଓ ଜିଲ୍ଲା କାର୍ଯ୍ୟାଳୟରୁ ବଦଳି କରାଯାଇଥିବା ବରିଷ୍ଠ ରାଜସ୍ୱ ସହାୟକମାନଙ୍କୁ କେତେକ ନିର୍ଦ୍ଧିଷ୍ଟ କାର୍ଯ୍ୟାଳୟରେ ସରକାରୀ ମଞ୍ଜୁରୀ ପଦବୀ ଅପେକ୍ଷା ଅଧିକା ସଂଖ୍ୟାରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ପରେ ସେହି ନିର୍ଦେଶନାମାକୁ ସାମାନ୍ୟ ପରିବର୍ତନ କରାଯାଇ ହୋଇଥିବା ତ୍ରୁଟିକୁ ସଂଶୋଧନ କରାଯାଇଥିବା ସୂଚନା ମିଳିଛି । ନିର୍ଦେଶନାମା ନମ୍ବର -୪୬୪ ତା ୧୫.୦୬.୨୦୨୧ରେ ଆଳି ବ୍ଲକରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବରିଷ୍ଠ ରାଜସ୍ୱ ସହାୟକ ରବିନାରାୟଣ ମହାପାତ୍ରଙ୍କୁ ଗରଦପୁର ବ୍ଲକର ଆଇ.ସି.ଡି.ଏସକୁ ବଦଳି କରାଯାଇଥିବା ବେଳେ କେନ୍ଦ୍ରାପଡା ତହସିଲକୁ ବଦଳି କରାଯାଇଥିବା ମହମ୍ମଦ ଇନାୟତୁଲ୍ଲାଙ୍କୁ ଆଳି ଆଇ.ସି.ଡି.ଏସ.କୁ ବଦଳି କରାଯାଇ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆର.ଟି.ଆଇ.ସେକସନକୁ ଡେପୁଟେସନ କରାଯାଇଛି । ସେହିଭଳି ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ପ୍ରକାଶ କୁମାର ରାଉତରାୟଙ୍କୁ ରାଜକନିକା ଆଇ.ସି.ଡି.ଏସ.କୁ ବଦଳି କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ତହସିଲକୁ ବଦଳି କରାଯାଇଥିବା ମାଧବ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଆଳି ତହସିଲକୁ ବଦଳି କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସର୍ବେଶ୍ୱର ନାୟକଙ୍କୁ ଆଳି ତହସିଲକୁ ବଦଳି କରାଯାଇ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଇସୁ ଓ ଡାଇରୀ ସେକସନକୁ ଡେପୁଟେସନ କରାଯାଇଛି । ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ରାଣୀ ମାଝିଙ୍କୁ ଡେରାବିଶ ବ୍ଲକକୁ ବଦଳି କରାଯାଇଛି । ସେହିଭଳି କେନ୍ଦ୍ରାପଡା ବ୍ଲକରୁ ରାଜକନିକା ତହସିଲକୁ ବଦଳି କରାଯାଇଥିବା ସେକସନ ଅଫିସର ପ୍ରେମଲତା ଗିରିଙ୍କୁ ଡେରାବିଶ ତହସିଲକୁ ବଦଳି କରାଯାଇଥିବା ବେଳେ ରାଜକନିକା ତହସିଲରେ ଡେପୁଟେସନରେ ଥିବା ସେକସନ ଅଫିସର ବସନ୍ତ କୁମାର ଓଝାଙ୍କୁ ରାଜକନିକା ତହସିଲକୁ ବଦଳି କରାଯାଇଛି । ଏହି ବଦଳି ସମୟରେ ଜିଲ୍ଲା କାର୍ଯ୍ୟାଳୟର ସଂସ୍ଥା ଉପବିଭାଗ କିମ୍ବା ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ)ଙ୍କ ମତାମତ ନିଆଯାଇନଥିବାରୁ ସେହି ବଦଳି ନିର୍ଦେଶନାମାରେ ଏଭଳି ତ୍ରୁଟି ପରିଲକ୍ଷିତ ହୋଇଥିବା ଆଲୋଚନା ହେଉଛି । ଓଡ଼ିଶା ସମାଚାର

About admin

Check Also

ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ରୁ କୋଟିଏ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ ଅଭିଯୋଗ

ଭୁବନେଶ୍ୱର,୦୫/୧୨/୨୦୨୧ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ରାଜଧାନୀର ଡ଼େଲଟା ଛକ ରେ ଥିବା ଲକ୍ଷ୍ମୀନାରାୟଣ ଜୁଏଲାରୀ ର ଗ୍ରୀଲ ଓ …

Leave a Reply

Your email address will not be published. Required fields are marked *