Tuesday , October 3 2023
Breaking News
Home / ଶିକ୍ଷା / କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ଫଳ ୯୮.୯୨ପ୍ରତିଶତ

କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ଫଳ ୯୮.୯୨ପ୍ରତିଶତ

କେନ୍ଦ୍ରାପଡ଼ା, ୨୬/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଫଳ ୯୮.୯୨ପ୍ରତିଶତ ହୋଇଛି । ଜିଲ୍ଲାର ମୋଟ ୩୪୪ଟି ଉଚ୍ଚ ବିଦ୍ୟାଳୟର ୧୮ହଜାର ୯୯୮ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ଫିଲପ କରିଥିବା ବେଳେ ସେଥି ମଧ୍ୟରୁ ୯୭ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ଅବଶିଷ୍ଟ ୧୮ହଜାର ୯୦୧ଜଣ ଛାତ୍ରଛାତ୍ରୀଙ୍କର ପୂର୍ବ ପରୀକ୍ଷାଫଳ ଆଧାରରେ ଶୁକ୍ରବାର ଘୋଷିତ ହୋଇଥିବା ଫଳାଫଳ ଅନୁଯାଇ ଜିଲ୍ଲାର ମୋଟ ୧୮ହଜାର ୭୯୩ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେଥି ମଧ୍ୟରୁ ଏ-୧ଗ୍ରେଡରେ ୭୬ ଜଣ ପାସ କରିଥିବା ବେଳେ ଏ-୨ଗ୍ରେଡରେ ୮୫୫, ବି-୧ଗ୍ରେଡରେ ୨୩୮୮, ବି-୨ଗ୍ରେଡରେ ୪୧୦୮, ସି -ଗ୍ରେଡରେ ୫୧୩୭, ଡି-ଗ୍ରେଡରେ ୪୫୩୫ ଓ ଇ-ଗ୍ରେଡରେ ୧୬୯୪ଜଣ ଛାତ୍ରଛାତ୍ରୀ ପାସ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂଙ୍କ ଠାରୁ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୯ହଜାର ୨୮୨ଜଣ ଛାତ୍ର ଥିବାବେଳେ ୯ହଜାର ୫୧୧ଜଣ ଛାତ୍ରୀ ଅଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *