କେନ୍ଦ୍ରାପଡ଼ା, ୨୬/୦୬/୨୦୨୧(ଓଡ଼ିଶା ସମାଚାର)-ଗତ ଏକ ବର୍ଷରୁ ଉର୍ଦ୍ଧ ହେବ ମହାମାରୀ କରୋନା ଯୋଗୁଁ ଦେଶରେ ବହୁ ଜୀବନ ଗଲାଣି । ଏହାକୁ ପ୍ରତିହତ କରିବା ପାଇଁ ବହୁ ଚେଷ୍ଟା ଚାଲିଛି । ଏହି ମହାମାରିରୁ ମୁକ୍ତି ପାଇବା ପାଇଁ ସାରାଦେଶରେ ଲୋକମାନେ ଭଗବାନଙ୍କୁ ଡାକୁଛନ୍ତି । ଏହି ପରିପ୍ରେକ୍ଷିରେ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ କେନ୍ଦ୍ରାପଡା ସହରର ଗଣାମାହାଲସ୍ଥିତ ଶ୍ରୀ ଗୋପୀନାଥ ଜୀଉ, ଶ୍ରୀ ବିନୋଦ ବିହାରୀଜୀଉ ମନ୍ଦିରରେ ସମୁହ ଦୀପଦାନ କରାଯାଇଥିଲା । କରୋନାରେ ମୃତୁ୍ୟ ବରଣ କରିଥିବା ଲୋକମାନଙ୍କ ଆତ୍ମାର ସଦଗତି ପାଇଁ ମନ୍ଦିରର ଟ୍ରଷ୍ଟି ବିପଦ ଭଞ୍ଜନ ଦାସଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳର ବହୁ ଅଧିବାସୀ କରୋନା ନିୟମ ଅନୁପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷାକରି ଦୀପ ଜାଳିବା ସହିତ ଦୁଇମିନିଟ ନିରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ପୂଜକ ରାମଚନ୍ଦ୍ର ଶତପଥି, ଅନନ୍ତ ମହାରଣା, ଶରତ ଚନ୍ଦ୍ର ମଲ୍ଲିକ, ରମାକାନ୍ତ ସାହୁ, ଗାୟତ୍ରୀ ପାଣି, ଶେଷଦେବ ମହାରଣା, ବସନ୍ତ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର