ଭୁବନେଶ୍ୱର,୨୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶାରେ ଗୋଟିଏ ଡେଲଟା ଭାରିଆଣ୍ଟ ଚିହ୍ନଟ ହୋଇଛି। ଓଡ଼ିଶାରେ ଡେଲଟା ପ୍ଲସ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଓଡ଼ିଶାରେ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ ରୋଗୀ ଦେବଗଡ଼ ଜିଲାର ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସମ୍ପୃକ୍ତ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସେ ବାହାରକୁ ନଯାଇ କିପରି ଆକ୍ରାନ୍ତ ହେଲେ , ତାହା ଚିନ୍ତାର କରଣ ହୋଇଛି । ଦେଶ ତଥା ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେବା ଦ୍ବାରା କରୋନାର ତୃତୀୟ ଲହର ଆସିବା ନେଇ ସୂଚନା ଦେଉଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ତୃତୀୟ ଲହର ଆସିପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ସୂଚନା ଦେଇଛନ୍ତି।
ଦେଶରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଦେଶ ପାଇଁ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡିଛି। ରାଜ୍ୟ ସରକାରମାନେ ଏହାକୁ ଗୁରୁତ୍ୱର ସହିତ ନେଇ ଆବଶ୍ୟକ ମୁକାବିଲାମୂଳକ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଓଡ଼ିଶା ସମାଚାର
Check Also
ପାଟକୁରା ମେଡ଼ିକାଲ ରେ କାଫେ ଉଦଘାଟିତ
ଗରଦପୁର, ୨୩/୬/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ଏକ କାଫେ ଉଦଘାଟିତ ହୋଇ ଯାଇଛି । ଜଗଦଳପୁର …