Thursday , December 2 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ୧୮ତମ ସାମୁଦି୍ରକ ରାଜ୍ୟ ବିକାଶ ପରିଷଦ(ଏମଏସଡିସି)ର  ବୈଠକ

୧୮ତମ ସାମୁଦି୍ରକ ରାଜ୍ୟ ବିକାଶ ପରିଷଦ(ଏମଏସଡିସି)ର  ବୈଠକ

ପାରାଦ୍ୱୀପ ୨୫/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ସ୍ୱାଧିନ ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟାଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମୁଦି୍ରକ ରାଜ୍ୟ ବିକାଶ ପରିଷଦ(ଏମ୍ଏସ୍ଡିସି)ର ୧୮ତମ ବୈଠକ ଜୁନ ୨୪ତାରିଖରେ ଅନୁଷ୍ଠିତ ହୋଇଯାଇଛି । ସ୍ୱାଧିନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟା ପରିଷଦକୁ ସମ୍ବୋଧନ କରି କହିଛନ୍ତି ଯେ ଉତର ରାଜ୍ୟ ତଥା କେନ୍ଦ୍ର ପାଇଁ ଲାଭଦାୟକସାମୁଦି୍ରକ କ୍ଷେତ୍ରରେ ବିକାଶ ପାଇଁ ଏକ ଜାତୀୟ ଯୋଜନା ପ୍ରସ୍ତୁତ କରିବା ଏବଂ ଏଥିପାଇଁ ସର୍ବୋତମ ଅଭ୍ୟାସ ଗ୍ରହଣ କରିବା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ବିକାଶ ରାଜ୍ୟ ଗୁଡିକର ବିକାଶ ଉପରେ ନିର୍ଭର କରେ ଏବଂ ସହଯୋଗୀ ସଂଘୀୟ ବ୍ୟବସ୍ଥାର ସର୍ବୋତମ ଉଦାହରଣ ହେଉଛି ଏମଏସଡିସି । ବିକ୍ଷିପ୍ତ ଭାବେ ଆମ୍ଭେମାନେ ବିକାଶ କରିପାରିବୁ ନାହିଁ, ମିଳିତ ଭାବେ ଆମେମାନେ ଲକ୍ଷ୍ୟ ହାସଲ କରିପାରିବୁ । ଭାରତୀୟ ବନ୍ଦର ବିଲ୍ ୨୦୨୧ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାର ଗୁଡିକୁ ଅନୁରୋଧ କରିଛନ୍ତି ଯେ ଏହି ବିଲ୍ କୁ ଏକ ବିକାଶ ମୂଳକ ପ୍ରସଙ୍ଗ ଭାବେ ଦେଖାଯିବା ଦରକାର, ବରଂ ରାଜନୈତିକ ପ୍ରସଙ୍ଗ ଭାବେ ନୁହେଁ । ସେ ଦର୍ଶାଇଛନ୍ତି ଯେ ଏହି ବିଲ୍ ଜରିଆରେ ଉଭୟ କେନ୍ଦ୍ର ଓ ସାମୁଦି୍ରକ ରାଜ୍ୟ କେନ୍ଦ୍ରଶାସିତ ଅଂଚଳର ଅଂଶଗ୍ରହଣ ଦ୍ୱାରା ଉପକୂଳର ସର୍ବୋଚ୍ଚ ପରିଚାଳନା ଓ ଉପଯୋଗ ସହଜସାଧ୍ୟ ହେବ । କେନ୍ଦ୍ରମନ୍ତ୍ରୀ ରାଜ୍ୟ ସରକାର ଗୁଡିକୁ ଆଶ୍ୱାସନା ଦେଇଛନ୍ତି ଯେ ଏକ ବ୍ୟାପକ ବନ୍ଦର ବିଲ୍ ର ବିକାଶ ପାଇଁ ରାଜ୍ୟ ଗୁଡିକ ସମସ୍ତ ପରାମର୍ଶକୁ କେନ୍ଦ୍ର ସରକାର ସ୍ୱାଗତ କରିବ । କେନ୍ଦ୍ରମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ ଆଜି ୧୮ତମ ଏମ୍ଏସଡିସି ବୈଠକରେ ସାମୁଦି୍ରକ କ୍ଷେତ୍ରର ସାମଗ୍ରିକ ପ୍ରଗତୀ ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାମୁଦି୍ରକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦର୍ଶାଯାଇଥିବା ପରି ଆମର ଅଭିବୃଦ୍ଧି ଆକାଂକ୍ଷା ଏକ ସମୟ ସୀମା ମଧ୍ୟରେ ସାମୁଦ୍ରିକ କାର୍ଯ୍ୟଆବଶ୍ୟକ କରେ ଏବଂ ଏହି ବିଷୟ ଗୁଡିକ ଉପରେ ଆଲୋଚନା କରିବା ପାଇଁ ଏମଏସଡିସି ଏକ ସକ୍ରିୟ ଭିତିଭୂମୀ ପ୍ରଦାନ କରିଛି । ଏହି ବୈଠକରେ ଆଲୋଚନା ହୋଇଥିବା ପ୍ରମୁଖ ବିଷୟ ଗୁଡିକ ହେଉଛି ଭାରତୀୟ ବନ୍ଦର ବିଲ୍ ୨୦୨୧, ଜାତୀୟ ସାମୁଦି୍ରକ ହେରିଟେଜ୍ ସଂଗ୍ରାଳୟ, ବନ୍ଦର ସହ ରେଳ ଓ ସଡକ ସଂଯୋଗୀକରଣ, ସାମୁଦ୍ରିକ ପରିଚାଳନ ଏବଂ ସାମୁଦି୍ରକ ବିମାନ ସେବା, ସାଗରମାଳା ପ୍ରକଳ୍ପ, ଜାତୀୟ ଭିତିଭୂମୀ ପାଇପଲାଇନ ପ୍ରକଳ୍ପ ।  ଓଡ଼ିଶା ସମାଚାର

About admin

Check Also

ଦୁଇ ଦିନିଆ ପାରାଦୀପ ଗସ୍ତରେ କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟମନ୍ତ୍ରୀ ସାନ୍ତନୁ ଠାକୁର

ପାରାଦୀପ,୨୬/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ର ଜାହାଜ ଚଳାଚଳ,ବନ୍ଦର ଓ ଜଳମାର୍ଗ ବିଭାଗର ରଷ୍ଟ୍ରମନ୍ତ୍ରୀ  ସାନ୍ତନୁ ଠାକୁର ଦୁଇ ଦିନିଆ ପାରାଦୀପ ବନ୍ଦର …

Leave a Reply

Your email address will not be published. Required fields are marked *