ପାରାଦ୍ୱୀପ ୨୫/୦୬/୨୦୨୧(ଓଡ଼ିଶା ସମାଚାର)- ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ଜଗତସିଂହପୁର ଜିଲ୍ଲାର ନୂତନ କାର୍ଯ୍ୟକର୍ତାଙ୍କ ନାମ ଘୋଷଣା ହୋଇଛି । ତେବେ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ଯେ ଏହି ଜିଲ୍ଲା ମହିଳା ମୋର୍ଚ୍ଚା କମିଟିରେ ପାରାଦ୍ୱୀପରୁ ୩ ଜଣ ସଙ୍ଗଠିକା ସ୍ଥାନ ପାଇବା । ଏଥିରେ ପାରାଦ୍ୱୀପ ବିଜେପି ମହାଳା ମୋର୍ଚ୍ଚା ସଭାନେତ୍ରୀ ଶୈଳେନ୍ଦ୍ରୀ ସେନାପତିଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚାର ଉପ ସଭାନେତ୍ରୀ ଭାବେ ମନୋନୀତ କରାଯାଇଥିବା ବେଳେ ପାରାଦ୍ୱୀପର ରେଣୁବାଳା ସାହୁ ଓ ପାରାଦ୍ୱୀପଗଡର ରୋଜାଲିନ୍ ନାୟକ ଉଭୟଙ୍କୁ ସମ୍ପାଦିକା ଭାବେ ମନୋନୀତ କରାଯାଇଛି । ସୂଚନା ଥାଉକି ପାରାଦ୍ୱୀପ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଭାବେ ଶୈଳେନ୍ଦ୍ରୀ ସେନାପତି ମହିଳା ସଂଗଠନକୁ ମଜଭୁତ କରି ପାରିଥିଲେ । ଏତଦ୍ ବ୍ୟତୀତ କରୋନା ମହାମାରୀ ଏବଂ ବିଭିନ୍ନ ଦୁର୍ବିପାକ ସମୟରେ ଉତ୍ସର୍ଗୀକୃତ ସମାଜସେବା ପାଇଁ ଶ୍ରୀମତୀ ସେନାପତି ସାଧାରଣରେ ବେଶ୍ ପରିଚିତ । ଦଳରେ ତାଙ୍କର ଏହି ନୂତନ ଦାୟିତ୍ୱ ଘୋଷଣା ପରେ ଦଳୀୟ ମହଳରେ ଆନନ୍ଦ ପ୍ରକାଶ ପାଇଛି ଏବଂ ଜିଲ୍ଲାରେ ମହିଳା ମୋର୍ଚ୍ଚା ସଂଗଠନକୁ ସୁଦୃଢ କରିବା ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ଶ୍ରୀମତୀ ସେନାପତି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର