ଗରଦପୁର, ୨୫/୦୬/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ସରକାରୀ ହାଇସ୍କୁଲକୁ ରାଜ୍ୟ ସରକାର ନିକଟରେ ଫୋକସ ସ୍କୁଲ ଭାବରେ ଚୟନ କରିଛନ୍ତି । ସେଥିପାଇଁ ଏଠାରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସାଙ୍ଗକୁ ଭିତିଭୂମି ସଜାଡ଼ିବା ପାଇଁ ସରକାର ପର୍ଯ୍ୟାପ୍ତ ଅର୍ଥ ବ୍ୟୟ ବ୍ୟବସ୍ଥା କରିଛନ୍ତି । ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଗରଦପୁର ବ୍ଲକ୍ ରେ ପାଟକୁରା ସରକାରୀ ଉଚ ବିଦ୍ୟାଳୟ ଫୋକସ ସ୍କୁଲ ଭାବରେ ଆଶାନୁରୂପ ଫଳାଫଳ ମଧ୍ୟ ହୋଇଛି । ବିଦ୍ୟାଳୟର ୭୨ ଜଣ ଛାତ୍ର ଛାତ୍ରୀ ସମସ୍ତେ ମାଟ୍ରିକ୍ ପରୀକ୍ଷାରେ ଉତିର୍ଣ୍ଣ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ୩ ଜଣ ଏ୧ , ୬ ଜଣ ଏ ୨ ଓ ୧୬ ଜଣ ବି୧ , ୧୮ ଜଣ ବି ୨ ରେ ରହିଛନ୍ତି । ଅତଶବ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ ୪୩ ଜଣ ୧ ମ ଶ୍ରେଣୀରେ ଉତିର୍ଣ୍ଣ ହୋଇଛନ୍ତି । ଯାଜ୍ଞସେନୀ ସିଂ ୫୬୦ ନମ୍ବର ରଖି (୯୩.୩ ପ୍ରତିଶତ) ରଖି ବିଦ୍ୟାଳୟର ସର୍ବାଗ୍ରେ ରହିଛନ୍ତି । ଯାଜ୍ଞସେନୀ ଜଣେ ମେଧାବୀ ଛାତ୍ରୀ ହିସାବରେ ପରିଚିତ । ସେ ପୂର୍ବରୁ ଏନଆଟିଏସ, ଏମଏମଏସ ପଠାଣି ସାମନ୍ତ , ଜେଏସଏମଓ ଓ ଓଷ୍ଟା ଟାଲେଂଟ ଆଦି ସମସ୍ତ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ । ବିଦ୍ୟାଳୟର ସ୍ୱର୍ଣ୍ଣଲତା ସାହୁ ୫୫୦ ନମ୍ବର (୯୧.୬ ପ୍ରତିଶତ) ରଖିଥିବାବେଳେ ଅସିମା ବିଶ୍ୱାଳ ୫୪୦ ନମ୍ବର ରଖି(୯୦ ପ୍ରତିଶତ) ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଶତ ପ୍ରତିଶତ ପରୀକ୍ଷା ଫଳ ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ କୁମାର ପାଣିଙ୍କୁ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର