Tuesday , December 7 2021
Home / ପର୍ଯ୍ୟଟନ ଓ ସଂସ୍କୃତି / ନାଭି ମୁମ୍ବାଇରେ ଦେବସ୍ନାନ ପୂର୍ଣିର୍ମା, ଛେରାପହଁରା କଲେ ଓଡ଼ିଆ ପୁଅ

ନାଭି ମୁମ୍ବାଇରେ ଦେବସ୍ନାନ ପୂର୍ଣିର୍ମା, ଛେରାପହଁରା କଲେ ଓଡ଼ିଆ ପୁଅ

ଭୁବନେଶ୍ୱର/ମୁମ୍ବାଇ, ୨୫/୦୬/୨୦୨୧(ଓଡ଼ିଶା ସମାଚାର)-ନାଭି ମୁମ୍ବାଇର ଖରଘର ସେକ୍ଟର ୩, ବାଲାଜି ଆଙ୍ଗନସ୍ଥିତ ମନ୍ଦିରରେ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଜୟ ଜଗନ୍ନାଥ ଲୋକ ତରଣ ଟ୍ରଷ୍ଟ କୋଭିଡ଼୍ କଟକଣାରେ ରୂପା ଢ଼ାଳରେ ୧୦୮ଥର ପାଣିଲାଗି କରାଯାଇଥିଲା । ଏହି ଅବସରରେ ଠାକୁରଙ୍କ ନୀତି ପୂଜା କରାଯିବା ସହ ଶ୍ରୀଜିଉଙ୍କ ନିକଟରେ ଓଡ଼ିଆ ପୁଅ ରାମ ପ୍ରସାଦ ମୁଦୁଲିଙ୍କ ଦ୍ୱାରା ଛେରା ପହଁରା ସଂପାଦିତ ହୋଇଥିଲା । ପରେ ହାତୀ ବେଶ ମହାପ୍ରଭୁଙ୍କୁ କରାଯାଇଥିଲା । ଦାରୁ ବାହାରିଥିବା ଏହି ସ୍ଥାନରେ ଠାକୁରଙ୍କୁ ଦେଖିବାକୁ ବହୁ କଟକଣା କରାଯାଇଥିଲା । କେବଳ ପାରମ୍ପରିକ ଘଂଟ ବାଦ୍ୟରେ ପୂଜା କରାଯାଇଥିଲା । ଏଥିରେ ସତ୍ୟବ୍ରତ ପଟ୍ଟନାୟକ, ରତନ ପଟ୍ଟନାୟକ, ବିଭୂତି ରଥ, ଧର୍ମାନନ୍ଦ୍ର ପଢ଼ିହାରୀ, ରଞ୍ଜନ ରାୟ, ଜଗଦିଶ ନାୟକ, ମୁଖ୍ୟ ପୂଜକ ରଞ୍ଜନ ଶତପଥି ଓ ବସନ୍ତ ପଣ୍ଡା ଆଦି ପରିଚାଳଣା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *